Indus Valley Times

ସୋନୁ ସୁଦଙ୍କୁ ୧ କୋଟି ଟଙ୍କା ମାଗିଲେ ପ୍ରଶଂସକ,ମଜାଳିଆ ଢଙ୍ଗରେ ଜବାବ୍‌ ଦେଲେ ଅଭିନେତା

 Breaking News

ସୋନୁ ସୁଦଙ୍କୁ ୧ କୋଟି ଟଙ୍କା ମାଗିଲେ ପ୍ରଶଂସକ,ମଜାଳିଆ ଢଙ୍ଗରେ ଜବାବ୍‌ ଦେଲେ ଅଭିନେତା

ସୋନୁ ସୁଦଙ୍କୁ ୧ କୋଟି ଟଙ୍କା ମାଗିଲେ ପ୍ରଶଂସକ,ମଜାଳିଆ ଢଙ୍ଗରେ ଜବାବ୍‌ ଦେଲେ ଅଭିନେତା
August 25
16:09 2021

ନୂଆଦିଲ୍ଲୀ, ୨୫/୮: ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ପ୍ରଶଂସକମାନେ ଅଦ୍ଭୁତ ଦାବି କରିଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଅଭିନେତା ସୋନୁ ସୁଦ ବି ପ୍ରଶଂସକଙ୍କ ମନ ରଖିଲା ଭଳି କାମ କରିଥାଆନ୍ତି। ଗତବର୍ଷ ମହାମାରୀ ସମୟରେ ସୋନୁ ସୁଦ କରୋନା ହେତୁ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ।
ଏଣିକି ଲୋକେ ସୋନୁଙ୍କୁ ଟୁଇଟର ଜରିଆରେ ସାହାଯ୍ୟ ମାଗୁଛନ୍ତି ଆଉ ସୋନୁ ବି ଯଥା ସମ୍ଭବ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଏହି କ୍ରମରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସୋନୁଙ୍କୁ ଅଦ୍ଭୁତ ଦାବି କରୁଛନ୍ତି। ନିକଟରେ ଜଣେ ବ୍ୟକ୍ତି ଅଭିନେତାଙ୍କୁ ୧କୋଟି ଟଙ୍କା ଦାବି କରିଥିବା ଘଟଣା ସାମ୍ନାକୁ ଆସୁଛି।
ଗତ ରବିବାର ସୋନୁ ସୁଦ ରାକ୍ଷୀ ପୂର୍ଣ୍ଣିମାରେ ଏକ ଟୁଇଟ କରିଥିଲେ। ଟୁଇଟର ବ୍ୟବହାରକାରୀ ମହେନ୍ଦ୍ର ଦୁର୍ଗ ସୋନୁଙ୍କୁ ଟୁଇଟ କରି ଲେଖିଥିଲେ, ‘ସାର ୧କୋଟି ଦିଅନ୍ତୁ ମୋତେ।’
ସୋନୁ ଉକ୍ତ ବ୍ୟକ୍ତିଙ୍କ ଟୁଇଟର ଉତ୍ତର ଦେଇ ଲେଖିଥିଲେ, ‘ମାତ୍ର ଏକକୋଟି, ଆଉ ଅଧିକ ମାଗି ଥାଆନ୍ତ।’ ସୋନୁ ସୁଦଙ୍କ ଏହି ଟୁଇଟକୁ ଏଯାବତ ୩ହଜାରରୁ ଅଧିକ ଲାଇକ ମିଳି ସାରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031