Indus Valley Times

ସୋମବାରଠାରୁ ୧୬ଟି ରୁଟ୍‌ରେ ଚାଲିବ ମୋ ବସ୍ ; ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ଅନିବାର୍ଯ୍ୟ

 Breaking News

ସୋମବାରଠାରୁ ୧୬ଟି ରୁଟ୍‌ରେ ଚାଲିବ ମୋ ବସ୍ ; ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ଅନିବାର୍ଯ୍ୟ

July 17
19:25 2021

ଭୁବନେଶ୍ବର, ୧୭/୭ : ଆସନ୍ତା ସୋମବାରଠାରୁ ୧୬ଟି ରୁଟରେ ମୋ ବସ କାର୍ଯ୍ୟକାରୀ ହେବ ବୋଲି କ୍ରୁଟ ପକ୍ଷରୁ ସୂଚନା ମିଳିଛି । କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତ୍ରା କରିପାରିବେ । ବସରେ ଠିଆ ହୋଇ କୌଣସି ଯାତ୍ରୀ ଯାତ୍ରା କରିପାରିବେନାହିଁ ।
ରାଜ୍ୟସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋବସ ସେବା ଜୁଲାଇ ୧୯ ଅର୍ଥାତ ସୋମବାରଠାରୁ ଯାତାୟାତ ଆରମ୍ଭ କରିବ। ପ୍ରତିଦିନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମୋବସ ସେବା ୧୬ଟି ରୁଟ୍‌ରେ ଚାଲିବ । ଆଗାମୀ ଦିନରେ ଆହୁରି ଅଧିକ ରୁଟ୍‌ରେ ବସ ଚଳାଚଳ କରିବ” ବୋଲି ପ୍ରବନ୍ଧକ ଶ୍ରୀମତି ଦିପ୍ତୀ ମହାପାତ୍ର କହିଛନ୍ତି ।
ସୋମବାରଠାରୁ ବିଶେଷତଃ ରୁଟ୍ ନଂ ୧୦, ୧୧, ୧୨, ୧୬, ୧୮, ୧୯, ୨୦, ୨୨ ଏ, ୨୨ ବି, ୨୩, ୨୪, ୨୫, ୩୦, ୩୨, ୩୩, ୩୪ ଓ ୭୦ ନଂ ରୁଟରେ କାର୍ଯ୍ୟକ୍ଷ ମ ହେବ ।
ରାଜ୍ୟସରକାରଙ୍କ ଆଦେଶ ଅନୁଯାୟୀ ଆର୍ନ୍ତଜାତିକବିମାନ ବନ୍ଦର ଏବଂ ଭୁବନେଶ୍ୱର ରେଳଷ୍ଟେସନ ଠାରୁ ଏହି ସ୍ୱତନ୍ତ୍ର ବସ ସେବା ଉପଲବ୍ଧ ହେବ । ଏହି ବସ ସେବା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ସହିତ ଯାତ୍ରୀମାନଙ୍କୁ ଯୋଡିବ ।ଏହି ସେବାର ବ୍ୟବହାର କରି ସେମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ପାରିବେ” ବୋଲି କ୍ରୁଟ୍‌ର ମହାପ୍ରବନ୍ଧକ ଶ୍ରୀମତୀ ଦୀପ୍ତି ମହାପାତ୍ର ଜଣାଇଥିଲେ ।
ବସରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ବୋଲି ଶ୍ରୀମତି ମହାପାତ୍ର ଜଣାଇଛନ୍ତି । ଏଥିପାଇଁ ସମସ୍ତ ଗାଇଡ ଓ କ୍ୟାପଟେନ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସମସ୍ତ ସିଟ୍ ଭରିଯାଇଥିଲେ, ଅଧିକା ଯାତ୍ରୀଙ୍କୁ ଉଠାଇବେ ନାହଁ । ଯାତ୍ରୀମାନଙ୍କ ପାଇଁ ମାସ୍କ ଲଗାଇବା ଅନିବାର୍ଯ୍ୟ ଏବଂ ଏଥିପାଇଁ ବିନାମାସ୍କରେ ପ୍ରବେଶ ନିଷେଧ ମୂଳମନ୍ତ୍ର ବୋଲି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930