Indus Valley Times

ସୌରଭ ଗାଙ୍ଗୁଲିଙ୍କ ୪୯ତମ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ଘରେ ପହଞ୍ଚିଲେ ମମତା ବାନାର୍ଜୀ

 Breaking News

ସୌରଭ ଗାଙ୍ଗୁଲିଙ୍କ ୪୯ତମ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ଘରେ ପହଞ୍ଚିଲେ ମମତା ବାନାର୍ଜୀ

ସୌରଭ ଗାଙ୍ଗୁଲିଙ୍କ ୪୯ତମ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ଘରେ ପହଞ୍ଚିଲେ ମମତା ବାନାର୍ଜୀ
July 08
21:23 2021

କୋଲକାତା ୮/୭ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଆଜି ହେଉଛି ୪୯ତମ ଜନ୍ମଦିନ। ଗୁରୁବାର ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୂଅ। ତାଙ୍କର ଅନେକ ପ୍ରଶଂସକ ଶୁଭେଚ୍ଛା ଜଣାଉଛନ୍ତି। ଅନେକ ରାଜନୈତିକ ଓ ଅନ୍ୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ମଧ୍ୟ ସୌରଭ ଗାଙ୍ଗୁଲିଙ୍କୁ ଜନ୍ମ ଦିନରେ ଶୁଭକାମନା ଜଣାଇଛନ୍ତି। ଏହା ମଧ୍ୟରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗାଙ୍ଗୁଲିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ଘରେ ଯାଇ ପହଞ୍ଚିବା।
ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ ମମତା ବାନାର୍ଜୀ ନିଜ ହାତରେ ଫୁଲତୋଡା ଗାଙ୍ଗୁଲିଙ୍କୁ ଦେଉଥିବା ଦେଖିବାକୁ ମିଳିଛି। ଗାଙ୍ଗୁଲି ବଡ ବିନମ୍ରତାର ସହ ମମତାଙ୍କଠୁ ଫୁଲତୋଡା ଗ୍ରହଣ କରୁଛନ୍ତି। କୁହାଯାଉଛି ଯେ, ମମତା ବାନାର୍ଜୀ ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ସାକ୍ଷାତ ହୋଇଥିଲା। ମାତ୍ର ଏହି ବୈଠକରେ ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ଜଣା ପଡିନାହିଁ।
ଏହି ଫଟୋକୁ ନେଇ ଅନେକ ରାଜନୈତିକ ଅର୍ଥ ବାହାର କରାଯାଉଛି। ନିକଟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାନଚ ସଂପନ୍ନ ହୋଇଛି। ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ତୃଣମୂଳ କଂଗ୍ରେସ ବିଜେପିକୁ ମାତ୍ ଦେଇ କ୍ରମାଗତ ତୃତୀୟ ଥର ସରକାର ଗଠନ କରିଛି। ହେଲେ ଏହା ପୂର୍ବରୁ ବିଜେପିରେ ସୌରଭ ଗାଙ୍ଗୁଲି ମିଶିବା ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ନ୍ୟୁଜ୍ ଚ୍ୟାନେଲ୍ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରିଥିଲେ ଯେ, କଣ ଆପଣ ବିଜେପିରେ ଯୋଗ ଦେବେ। ଏହାର ଉତ୍ତରରେ ସେ କହିଥିଲେ, କୌଣସି ବ୍ୟକ୍ତି କେବଳ ଗୋଟିଏ କାମ ପାଇଁ ଜନ୍ମ ହୋଇନଥାଏ।
ତାଙ୍କର ଏହି ମନ୍ତବ୍ୟ ପରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଥିଲା। ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଖୁବ୍ ହୋଇଥିଲା। ହେଲେ ପରେ ଗାଙ୍ଗୁଲି କୌଣସି ରାଜନୈତିକ ଦଳରେ ମିଶିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ନିର୍ବାଚନ ସମୟରେ ବିଜେପିର ଦଳୀୟ ନେତୃତ୍ଵ ଦମ୍ଭୋକ୍ତିର ସହ କହୁଥିଲେ, ଯେ ରାଜ୍ୟରେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ବଙ୍ଗାଳି ହିଁ ରହିବେ, କୌଣସି ବାହାର ଲୋକ ହେବେ ନାହିଁ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ଧରାଶାୟୀ କରି ଟିଏମସି ତୃତୀୟ ଥର ସରକାର ଗଠନ କରିଛି। ଶପଥ ଗ୍ରହଣ ସମାରାହକୁ ମମତା ବାନାର୍ଜୀ ସୌରଭ ଗାଙ୍ଗୁଲିଙ୍କୁ ନିମନ୍ତ୍ରଣ କରିଥିଲେ। ଦାଦା ମଧ୍ୟ ଶପଥ ସମାରୋହରେ ଯୋଗ ଦେଇଥିଲେ। ଏହା ପରେ ଗାଙ୍ଗୁଲି ତୃଣମୂଳ କଂଗ୍ରେସରେ ସାମିଲ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031