Indus Valley Times

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା : ନିର୍ମାଣଧୀନ ଷ୍ଟାଡିୟମକୁ ସିଲ୍ କଲା ପୁଲିସ

 Breaking News

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା : ନିର୍ମାଣଧୀନ ଷ୍ଟାଡିୟମକୁ ସିଲ୍ କଲା ପୁଲିସ

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା : ନିର୍ମାଣଧୀନ ଷ୍ଟାଡିୟମକୁ ସିଲ୍ କଲା ପୁଲିସ
October 19
11:31 2021

କଳାହାଣ୍ଡି ୧୯/୧୦: ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା। ନିର୍ମାଣଧୀନ ମହାଲିଙ୍ଗ ଖେଳପଡିଆରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଓ କେଗାଁ ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।
ପୋଲିସ ଫୋର୍ସ ଖେଳ ପଡିଆର ତନତନ ଯାଞ୍ଚ କରୁଛନ୍ତି । ଫେରାର ସ୍କୁଲ ସଭାପତି ଗୋବିନ୍ଦ ସାହୁ ଏହି ଖେଳ ପଡିଆର ଠିକାଦାର ଅଛନ୍ତି। ନିଖୋଜ ମମିତା ମେହେରଙ୍କ ସହ କୈାଣସି ଅଘଟଣ ପରେ ଏହି ଖେଳ ପଡିଆ ମାଟି ତଳେ ପୋତି ଦେଇଥିବା ଅନୁମାନ କରାଯାଉଛି । ଏହାକୁ ନେଇ ପୋଲିସ ଯାଞ୍ଚ କରୁଛି ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ଇତିମଧ୍ୟରେ ୯ରୁ ଅଧିକ ଦିନ ବିତିସାରିଲାଣି । ହେଲେ ଏବେ ଯାଏଁ ସ୍କୁଲ ଅଧ୍ୟକ୍ଷାଙ୍କ କୌଣସି ପତ୍ତା ମିଳୁନାହିଁ । ପୋଲିସ ସନ୍ଦେହରେ ଅନେକ ସ୍ଥାନରେ ରେଡ଼ ଜାରି ରଖିଛି ।
ଏହି ପ୍ରରିପେକ୍ଷୀରେ ମଙ୍ଗଳବାର ନିର୍ମାଣଧୀନ ମହାଲିଙ୍ଗ ଖେଳପଡିଆରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ନିଖୋଜ ମମିତା ମେହେରଙ୍କ ସହ କୈାଣସି ଅଘଟଣ ପରେ ଏହି ଖେଳ ପଡିଆ ମାଟି ତଳେ ପୋତି ଦେଇଥିବା ଅନୁମାନ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930