Legatus

ସ୍କୁଲ ଛାତରୁ ପଡ଼ି ଛାତ୍ରୀ ଗୁରୁତର, ଏହି ଦୃଶ୍ୟ ଦେଖି ଅଚେତ ହୋଇଗଲେ ୧୧ ଛାତ୍ରଛାତ୍ରୀ

 Breaking News

ସ୍କୁଲ ଛାତରୁ ପଡ଼ି ଛାତ୍ରୀ ଗୁରୁତର, ଏହି ଦୃଶ୍ୟ ଦେଖି ଅଚେତ ହୋଇଗଲେ ୧୧ ଛାତ୍ରଛାତ୍ରୀ

November 23
18:36 2023

ରାୟଗଡ଼ା,୨୩/୧୧: ରାୟଗଡା ସହରରେ ଥିବା ଏକ ଘରୋଇ ସ୍କୁଲରେ ଆଜି ଅଘଟଣ ଘଟିଛି। ବାରିଝୋଲା ନିକଟସ୍ଥ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଶିକ୍ଷାଦାନ ଚାଲିଥିବା ସମୟରେ ହଠାତ୍ ପ୍ରଥମ ମହଲାରୁ ତଳକୁ ଖସି ପଡ଼ି ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି।
ତାଙ୍କୁ ରାୟଗଡ଼ା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏକା ଥରକେ ଯୁକ୍ତ ଦୁଇ ଶ୍ରେଣୀର ଅନ୍ୟ ୧୦ଜଣ ଛାତ୍ରଛାତ୍ରୀଙ୍କ ଶରୀର ଥରିବା ଓ ଚେତାଶୂନ୍ୟ ଅବସ୍ଥାରେ ସେମାନଙ୍କୁ ମଧ୍ୟ ମେଡିକଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ରାୟଗଡା ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ମେଡିକଲରେ ଭର୍ତ୍ତି ହୋଇଥିବା ୧୦ ଜଣ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି।
ଶ୍ରୀ ଚୈତନ୍ୟ ଟେକ୍ନୋ ଘରୋଇ ସ୍କୁଲରେ ପ୍ରକୃତରେ କଣ ଘଟିଥିଲା ତାହା ଅସ୍ପଷ୍ଟ ଥିବା ବେଳେ ପ୍ରଥମ ମହଲାରୁ ତଳକୁ ଖସି ପଡିଥିବା ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ତାଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ବିଶାଖାପାଟଣମ୍କୁ ନେଇଥିବା ଜଣାପଡିଛି। ଘଟଣା ସଂପର୍କରେ ସ୍କୁଲ ପ୍ରିନସିପାଲ ଏମ.ରଜନୀଙ୍କୁ ପଚାରିବାରୁ ଆଜି ପୂର୍ବାହ୍ନରେ ସ୍କୁଲର ଦଶମ ଶ୍ରେଣୀର ଆରଧାନା ନାମକ ଜଣେ ଛାତ୍ରୀ ନିଜ କ୍ଳାସ ରୁମରେ ଅଧ୍ୟୟନ କରୁଥିବା ବେଳେ ଟିଫିନ୍ ବ୍ରେକ୍ ସମୟରେ ସେ ପ୍ରଥମ ମହଲାରେ ଥିବା ୱାସ ରୁମ ପାଖରୁ ତଳେ କଚାଡି ହୋଇ ପଡିଥିଲା।
ସ୍କୁଲରେ ଥିବା କର୍ମଚାରୀ ତଥା ଶିକ୍ଷକଶିକ୍ଷୟତ୍ରୀମାନେ ତୁରନ୍ତ ଛାତ୍ରୀ ଜଣଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତଳେ ପଡି ଛଟପଟ ହେଉଥିବା ଅବସ୍ଥାରେ ଉକ୍ତ ଛାତ୍ରୀଙ୍କୁ ଦେଖି ଯୁକ୍ତ ଦୁଇ ଶ୍ରେଣୀର ଅନ୍ୟ ୧୦ଜଣ ଛାତ୍ରଛାତ୍ରୀମାନେ ଏକ ପ୍ରକାର ଭୟଭୀତ ହୋଇ ସମସ୍ତେ ଥରିବାକୁ ଲାଗିବା ସହ ଚେତାଶୂନ୍ୟ ଭଳି ଅବସ୍ଥାରେ ପଂହଚିଥିଲେ, ଯାହାକୁ ଦେଖି ପୁଣି ସ୍କୁଲ କର୍ତୁପକ୍ଷ ଏବଂ ଅନ୍ୟ ଶିକ୍ଷାର୍ଥୀମାନେ ସେମାନଙ୍କୁ ସ୍କୁଲ ବସ ଯୋଗେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ସେଠାରେ ସମସ୍ତଙ୍କୁ ଚିକିତ୍ସା କରାଯାଇଥିବା ବେଳେ ଘଟଣା ସଂପର୍କରେ କେହି କିଛି ବୁଝିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ଏଭଳି ଅବସ୍ଥାକୁ ଦେଖି ଚକିତ ହୋଇଯାଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31