Indus Valley Times

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ ; ମନ୍ତ୍ରୀ କହିଲେ- ଦାବିକୁ ବିଚାର କରି ପଦକ୍ଷେପ ନିଆଯିବ

 Breaking News

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ ; ମନ୍ତ୍ରୀ କହିଲେ- ଦାବିକୁ ବିଚାର କରି ପଦକ୍ଷେପ ନିଆଯିବ

January 08
18:33 2026

ଭୁବନେଶ୍ବର, ୮/୧: ଅନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ଡାକ୍ତର ସଙ୍ଘ। ଏ ନେଇ ସୂଚନା ଦେଇଛନ୍ତି OMSA ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର। ଆସନ୍ତାକାଲି ଶୁକ୍ରବାରଠାରୁ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ଦୁଇ ଘଣ୍ଟା ଓପିଡି ବନ୍ଦ ନେଇ ଡାକ୍ତର ସଂଘର ନିଷ୍ପତ୍ତି ନେଇଥିଲା। ସକାଳ ୯ଟାରୁ ଦିନ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ଓପିଡି ସେବା ବନ୍ଦ କରାଯାଇଥିଲା। ଡାକ୍ତରଙ୍କ ପଦୋନ୍ନତି, ଦରମା ବୃଦ୍ଧି ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ସମେତ ଦାବି ନେଇ ଓମସା ଏହି ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଚିକିତ୍ସା ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ରୋଗୀ।
ପର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଆନ୍ଦୋଳନରତ ଡାକ୍ତରମାନଙ୍କୁ ଡ୍ୟୁଟିରେ ଯୋଗଦେବା ଏବଂ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇବା ଜାରି ରଖିବାକୁ ନିବେଦନ କରିଥିଲେ। ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ଆଲୋଚନା ଦ୍ବାରା ସବୁ ସମସ୍ୟାର ସମାଧାନ ସମ୍ଭବ ।
କାର୍ଯ୍ୟ ବନ୍ଦ ନ କରି ରୋଗୀ ସେବା ଯୋଗାଇ ଦେବାକୁ ଡାକ୍ତରଙ୍କୁ ଅପିଲ୍ କରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଜି ଏହି ଆଲୋଚନା ସଫଳ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଡାକ୍ତର ସଙ୍ଘ ଆନ୍ଦୋଳନରୁ ଓହରି କାଯ୍ୟରେ ଯୋଗ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031