Indus Valley Times

ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନ ବୃଦ୍ଧି, ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବଢ଼ିଲା

 Breaking News

ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନ ବୃଦ୍ଧି, ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବଢ଼ିଲା

ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନ ବୃଦ୍ଧି, ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବଢ଼ିଲା
January 02
17:09 2025

ଭୁବନେଶ୍ୱର, ୨/୧: ଗୁରୁବାର ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କାରାବରଣ କରିଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନ୍ ଦୁଇ ଗୁଣା କରାଯାଇଛି ।
ସ୍ୱାଧୀନତା ସଂଗ୍ରାମ ବେଳେ ଯେଉଁ ସଂଗ୍ରାମୀ ଜେଲ ଦଣ୍ଡ ଭୋଗିଥିବେ ସେମାନଙ୍କୁ ୨୦ ହଜାର ଟଙ୍କା ମାସିକ ଭତ୍ତା ପାଇବେ । ପୂର୍ବରୁ ସେମାନେ ୧୦ ହଜାର ଟଙ୍କା ଭତ୍ତା ପାଉଥିଲେ ।
ଆଜି ସର୍ବ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଦିବସ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ସ୍ଥିତ ୟୁନିଟ୍-୯ରେ ଥିବା ସହିଦ ସ୍ମାରକ ସ୍ୱାଧୀନତା ସଂଗ୍ରାମୀ ହଲରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହା ଘୋଷଣା କରିଛନ୍ତି ।
ସେହିପରି କାରାବରଣ କରି ନ ଥିଲେ ୯ ହଜାର ପରିବର୍ତ୍ତେ ୧୫ ହଜାର ଟଙ୍କା ଭତ୍ତା ପାଇବେ । ଜାତୀୟ ପେନସନ ପାଉଥିବା ସଂଗ୍ରାମୀଙ୍କୁ ୮ ହଜାର ବଦଳରେ ୧୦ ହଜାର ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର ।
ଏହା ସହିତ ଗଓଝଇ ଆଇନରେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିଲେ ୨୦ ହଜାର ଟଙ୍କା ମାସିକ ଭତ୍ତା ପାଇବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି କି ସ୍ୱାଧୀନ ଭାରତ ଇତିହାସରେ ଜରୁରୀକାଳୀନ ପରିସ୍ଥିତି ଏକ କଳା ସମୟ ଥିଲା । ସମ୍ବିଧାନକୁ ଲୁଣ୍ଠନ କରାଯାଇଥିଲା । ଏହାକୁ ଦେଶର ଦ୍ୱିତୀୟ ସ୍ୱାଧିନତା ସଂଗ୍ରାମଭାବରେ ବିବେଚନା କରାଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031