Indus Valley Times

ସ୍ୱପ୍ନ ସାକାର, ଜହ୍ନରେ ଲେଖା ହେଲା ଭାରତ ନାଁ

 Breaking News

ସ୍ୱପ୍ନ ସାକାର, ଜହ୍ନରେ ଲେଖା ହେଲା ଭାରତ ନାଁ

ସ୍ୱପ୍ନ ସାକାର, ଜହ୍ନରେ ଲେଖା ହେଲା ଭାରତ ନାଁ
August 23
18:32 2023

ନୂଆଦିଲ୍ଲୀ,୨୩/୮ : ଇତିହାସ ରଚିଛି ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଇସ୍ରୋ ଅଧ୍ୟକ୍ଷ
ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ବର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି । ପୂର୍ବରୁ ଆମେରିକା, ରୁଷ, ଚୀନ ଏହି ସଫଳତା ହାସଲ କରିଛନ୍ତି । କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ପ୍ରଥମ ଦେଶରେ ପରିଣତ ହୋଇଛି ।
ଭାରତର ମହାକାଶ ଅଭିଯାନ କେବଳ ଚନ୍ଦ୍ରରେ ସୀମିତ ରହିବନି ବରଂ ଏହା ସୌରମଣ୍ଡଳର ସୀମା ପର‌୍ୟ୍ୟନ୍ତ ଯିବ । ଆମେ ଖୁବଶୀଘ୍ର ସୂର‌୍ୟ୍ୟ ଅଭିଯାନ ପାଇଁ ଆଦିତ୍ୟ ଏଲ-୧ ମିସନ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତର ଉଦୟର କ୍ଷଣ ବୋଲି ସେ କହିଛନ୍ତି ।
ଇସ୍ରୋ ଗତ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ପଠାଇଥିଲା । ଏହାଭାରତର ୩ୟ ଚନ୍ଦ୍ର ମିସନ । ଏହା ପୂର୍ବରୁ ୨୦୦୮ରେ ଚନ୍ଦ୍ରଯାନ-୧ ଓ ୨୦୧୯ରେ ଚନ୍ଦ୍ରଯାନ-୨ ପ୍ରେରଣ କରିଥିଲା ।
୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ଚନ୍ଦ୍ରଯାନ-୧ର ଉତକ୍ଷେପଣ କରିଥିଲା। ଏହା ଥିଲା ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ। ଚନ୍ଦ୍ରଯାନ-୧ ଏକ କକ୍ଷପଥ ଅଭିଯାନ ଥିଲା। ଅର୍ଥାତ୍ ଏହାର କାମ କେବଳ ଚନ୍ଦ୍ରଚାରିପଟେ ବୁଲିବା ଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ଜଳ ଅଣୁ ଆବିଷ୍କାର କରିଥିଲା ।
ଇସ୍ରୋ ୨୦୧୯ରେ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ଉତ୍ପତ୍ତି ଓ ବିକାଶ କୁ ବୁଝିବା ପାଇଁ ଏକ ବିସ୍ତୃତ ଅଧ୍ୟୟନ କରିବା । ଚନ୍ଦ୍ରଯାନ-୨ ଚନ୍ଦ୍ରରେ ରୋଭର ଅବତରଣ କରିବାର ଥିଲା, କିନ୍ତୁ ୭ ସେପ୍ଟେମ୍ବର ୨୦୧୯ରେ ଲ୍ୟାଣ୍ଡର ବିକ୍ରମ ସ୍ଥଳ ନିୟନ୍ତ୍ରଣ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଓ ତାହା ହାର୍ଡ ଲାଣ୍ଡିଂ କରିଥିଲା । ତେବେ ଅର୍ବିଟର ଏବେ ବି କାର୍ଯ୍ୟକ୍ଷମ ରହିଛି ଏବଂ ଚନ୍ଦ୍ର ବିଷୟରେ ତଥ୍ୟ ଦେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031