Indus Valley Times

ସ୍ୱର୍ଗତ ସୁବୋଧ ପାଣିଗ୍ରାହୀଙ୍କ ସ୍ମୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

 Breaking News

ସ୍ୱର୍ଗତ ସୁବୋଧ ପାଣିଗ୍ରାହୀଙ୍କ ସ୍ମୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

November 25
19:46 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୫/୧୧:କନ୍ଧମାଳ ଜିଲ୍ଲାର ଫୁଲବାଣୀ ଡ୍ୟାନ୍ସ ଏକାଡୋମୀଠାରେ କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ନିଉଜ-୭ର କ୍ୟାମେରାମ୍ୟାନ ସ୍ୱର୍ଗତ ସୁବୋଧ ପାଣିଗ୍ରାହୀଙ୍କ ସ୍ମୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ସଭାପତି ସୁନୀଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଫୋରମର ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଆରମ୍ଭ କରିଥିବା ବେଳେ ସଭାପତି ଶ୍ରୀ ବିଶ୍ୱାଳଙ୍କ ପରିଚାଳନାରେ ପ୍ରଥମେ ସ୍ୱର୍ଗତ ପାଣିଗ୍ରାହୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା ।
ପରେ ବରିଷ୍ଠ ସାମ୍ବାଦିକ ବ୍ରଜ ବିହାରୀ ନନ୍ଦ, ପ୍ରେସ କ୍ଳବର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଚଗୁଳୁ ପାଢ଼ୀ, ପ୍ରଶାନ୍ତ ଜେନା ପ୍ରମୁଖ ତାଙ୍କର ଜୀବନ ଶୈଳୀ ଓ ତାଙ୍କର କାର୍ଯ୍ୟଦକ୍ଷତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଓ ଫୋରମର ଉପଦେଷ୍ଟା ତଥା ପ୍ରେସ କ୍ଲବର ସଭାପତି ସୁନୀଲ କୁମାର ପଟ୍ଟନାୟକ, ଫୋରମର ଉପ ସଭାପତି ଆଦିତ୍ୟ ପ୍ରାସାଦ ତ୍ରିପାଠୀ, କୋଷାଧ୍ୟକ୍ଷ ଶିବ ବିଶ୍ୱାଳ, ସଦସ୍ୟ ବାଳକୃଷ୍ଣ ଚର୍ଚ୍ଚିଙ୍କ ସମେତ ବହୁ ସଂଖ୍ୟକ ସଦସ୍ୟ ଓ କ୍ୟାମେରାମ୍ୟାନ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031