Indus Valley Times

ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘଷିରେ ହେବ ଶବଦାହ, ବିଚାର ବିମର୍ଶ ପରେ ନିଷ୍ପତ୍ତି

 Breaking News

ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘଷିରେ ହେବ ଶବଦାହ, ବିଚାର ବିମର୍ଶ ପରେ ନିଷ୍ପତ୍ତି

ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘଷିରେ ହେବ ଶବଦାହ, ବିଚାର ବିମର୍ଶ ପରେ ନିଷ୍ପତ୍ତି
October 29
17:00 2024

ଭୁବନେଶ୍ୱର,୨୯/୧୦ : ଏଣିକି କାଠ ନୁହେଁ ସ୍ୱର୍ଗଦ୍ୱାରରେ ଗୋବର ଘସିରେ ହେବ ଶବ ଦାହ କରାଯିବ । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତି ହେଉଛି । ଆଜି ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ମନ୍ତ୍ରୀ କହିଛନ୍ତି, ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବର ପବିତ୍ର ଅଟେ ତେଣୁ ଶବ ଦାହରେ ଏହାକୁ ବ୍ୟବହାର କରାଯିବ । ସ୍ବର୍ଗଦ୍ୱାର କମିଟି ସହ ଆଲୋଚନା କରାଯିବା ପରେ ଏହି ନିଷ୍ପତି ନିଆଯିବ ।
ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗୋଶାଳା କରିଥିବା ବ୍ୟକ୍ତି ସହ ଆଲୋଚନା କରାଯିବ। ପରେ ଏନେଇ ଖୁବ ଶୀଘ୍ର ବିଚାର ବିମର୍ଶ କରି ସରକାର ପଦକ୍ଷେପ ନେବେ ।
ମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ରାଜ୍ୟସରକାର ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ଗୁରୁତ୍ବ ଦେଉଛନ୍ତି। ଗୋ ସୁରକ୍ଷା ଓ ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଗଠିତ ହେବ କମିଟି, ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ।
୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ । ଗୋମାତା ସୁରକ୍ଷା,ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର କାମଧେନୁ ଯୋଜନା ଆରମ୍ଭ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930