Indus Valley Times

ସ୍ୱାଧୀନତା ଦିବସ ପାଇଁ ତିନି ସହରରେ କୋହଳ ହେଲା ସପ୍ତାହନ୍ତ ସଟଡାଉନ୍

 Breaking News

ସ୍ୱାଧୀନତା ଦିବସ ପାଇଁ ତିନି ସହରରେ କୋହଳ ହେଲା ସପ୍ତାହନ୍ତ ସଟଡାଉନ୍

ସ୍ୱାଧୀନତା ଦିବସ ପାଇଁ ତିନି ସହରରେ କୋହଳ ହେଲା ସପ୍ତାହନ୍ତ ସଟଡାଉନ୍
August 08
09:35 2021

ଭୁବନେଶ୍ୱର,୮/୮ : ଏବେ ଭୁବନେଶ୍ୱର, କଟକ ଓ ପୁରୀ ସହରରେ ସପ୍ତାହନ୍ତ ସଟଡାଉନ୍ ଜାରି ରହିଥିବାରୁ ସ୍ୱାଧୀନତା ଦିବସ ଉପଲକ୍ଷେ ଆସନ୍ତା ୧୫ତାରିଖ (ରବିବାର) ଏହାକୁ କିଛିମାତ୍ରାରେ କୋହଳ କରାଯାଇଛି।
ଆସନ୍ତା ରବିବାର ଉପରୋକ୍ତ ତିନି ସହରରେ ଲୋକମାନେ ପୂର୍ବାହ୍ନ ୧୧ଟା ମଧ୍ୟରେ ସର୍ବାଧିକ ୧୦ଜଣ ଲୋକଙ୍କୁ ନେଇ ଜାତୀୟ ପତାକା ଉତ୍ତୋଳନ କରିପାରିବେ ବୋଲି ରବିବାର ସ୍ୱତନ୍ତ୍ର ରିଲିଫ କମିସନର ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏସ୍ଆର୍ସିଙ୍କ ନିର୍ଦ୍ଦେଶନାମା ଆନୁଯାୟୀ, ଉପରୋକ୍ତ ତିନି ସହର ବାଦ୍ ରାଜ୍ୟର ବାକି ସ୍ଥାନରେ ସର୍ବାଧିକ ୨୦ଜଣ ଲୋକଙ୍କୁ ନେଇ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ହେବ।
କାର୍ଯ୍ୟକ୍ରମ ଅବସରରେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବେ ଏବଂ ସମସ୍ତ କୋଭିଡ କଟକଣା ପାଳନ କରିବେ। ଏହି ନିର୍ଦ୍ଦେଶନାମା ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ପାଇଁ ଲାଗୁ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031