Legatus

ସ୍ୱାମୀଙ୍କୁ ଯକୃତ ଦେଲେ ସ୍ତ୍ରୀ, ଏସସିବିରେ ୮ ଘଣ୍ଟା ଧରି ଚାଲିଲା ପ୍ରଥମ ଅପରେସନ

 Breaking News

ସ୍ୱାମୀଙ୍କୁ ଯକୃତ ଦେଲେ ସ୍ତ୍ରୀ, ଏସସିବିରେ ୮ ଘଣ୍ଟା ଧରି ଚାଲିଲା ପ୍ରଥମ ଅପରେସନ

ସ୍ୱାମୀଙ୍କୁ ଯକୃତ ଦେଲେ ସ୍ତ୍ରୀ, ଏସସିବିରେ ୮ ଘଣ୍ଟା ଧରି ଚାଲିଲା ପ୍ରଥମ ଅପରେସନ
April 04
11:28 2024

କଟକ, ୪/୪ : କଟକ ଏସସିବିରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ ବା ଯକୃତ ପ୍ରତିରୋପଣ। ସ୍ୱାମୀ ଦେହରେ ଲାଗିଛି ସ୍ତ୍ରୀର ଲିଭର୍।
ଦୀର୍ଘ ୧୧ ବର୍ଷର ଅପେକ୍ଷା ପରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ୱତନ୍ତ୍ର ମୋଡୁଲାର ଓଟିରେ ଯକୃତ ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ କରାଯାଇଛି।
ଗତକାଲି କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କର ସ୍ତ୍ରୀଙ୍କ ଠାରୁ ଲିଭର ଆଣାଯାଇ ଟ୍ରାନସପ୍ଲାଣ୍ଟ କରାଯାଇଛି। ଏସିଆନ ଇନଷ୍ଟିଚ୍ୟୁଟଅଫ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବା ଏଆଇଜି ହାଇଦ୍ରାବାଦ ସହ ଏସସିବିର ଚୁକ୍ତି ହେବା ପରେ ଏଆଇଜିର ୯ ଜଣିଆ ଡାକ୍ତରୀ ଟିମ୍ ସହ ଏସସିବି ମେଡିକାଲର ଡାକ୍ତରମାନେ ମିଳିତଭାବେ ଏହି ପ୍ରତିରୋପଣ ଅସ୍ତ୍ରୋପଚାର କରିଛନ୍ତି।
କାଲି ସକାଳ ୮ ଠାରୁ ଅପରାହ୍ଣ ୪ଟା ପର‌୍ୟ୍ୟନ୍ତ ଦୀର୍ଘ ୮ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା। ଏବେ ଦମ୍ପତିଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଏସସିବି ଅଧୀକ୍ଷକ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31