Indus Valley Times

ସ୍ୱାମୀ ଚିଦାନନ୍ଦଙ୍କ ୧୦୫ତମ ଜୟନ୍ତୀ, ବୌଦ୍ଧଜିଲ୍ଲାରେ ବିଭିନ୍ନ ଆଧ୍ୟାତ୍ମୀକ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ସ୍ୱାମୀ ଚିଦାନନ୍ଦଙ୍କ ୧୦୫ତମ ଜୟନ୍ତୀ, ବୌଦ୍ଧଜିଲ୍ଲାରେ ବିଭିନ୍ନ ଆଧ୍ୟାତ୍ମୀକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱାମୀ ଚିଦାନନ୍ଦଙ୍କ ୧୦୫ତମ ଜୟନ୍ତୀ, ବୌଦ୍ଧଜିଲ୍ଲାରେ ବିଭିନ୍ନ ଆଧ୍ୟାତ୍ମୀକ କାର୍ଯ୍ୟକ୍ରମ ଅନୁଷ୍ଠିତ
September 26
19:38 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୯: ବୌଦ୍ଧରେ ସର୍ବପୁରାତନ ଆଧ୍ୟାତ୍ମୀକ ଅନୁଷ୍ଠାନ ଭାବେ ୧୯୭୫ ମସିହାରୁ ଦିବ୍ୟ ଜୀବନ ସଂଘ ସ୍ଥାପନ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରି ଆସୁଅଛି । ଆଜି ହରିଦ୍ୱାର ଋଷିକେଶ ଦିବ୍ୟ ଜୀବନ ସଂଘର ମହାନ ସନ୍ଥ ପରମପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୫ତମ ଜୟନ୍ତୀକୁ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୫ଘଣ୍ଟା ସମୟରେ ଷ୍ଟାଡିୟମ ପରିସରରେ ଏକ ସ୍ୱତନ୍ତ୍ର ଯୋଗଶିବିର ଅନୁଷ୍ଠିତ ହୋଇଥିଲା ।
ଏଥିରେ ଯୋଗ ଶିକ୍ଷକ ଦିଲ୍ଲିପ କୁମାର ଚୌଧୁରୀ ଯୋଗାଭ୍ୟାସ କରାଇଥିଲେ । ସ୍ୱାମୀ ଚିଦାନନ୍ଦ ଯୋଗାଭ୍ୟାସ ମାଧ୍ୟମରେ କିପରି ଜୀବନ ଯାପନ କରୁଥିଲେ ସମୀକ୍ଷା କରାଯାଇଥିଲା । ସକାଳ ୯ଘଣ୍ଟା ସମୟରେ ଦିବ୍ୟ ଜିବନ ସଂଘରେ ଗୁରୁ ପାଦପୂଜା ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ସହର ନିକଟରେ ରହିଥିବା କୁଷ୍ଠାଶ୍ରମରେ ଅନ୍ତେବାସୀମାନଙ୍କୁ ଫଳବଂଟନ କରାଯାଇଥିଲା ।
ସଂଧ୍ୟାରେ ମହିଳା ପତଂଜଳି ଯୋଗ ସମିତିର ସଦସ୍ୟାମାନଙ୍କୁ ସ୍ୱାମିଜୀଙ୍କ ଜିବନୀ ସଂପର୍କରେ ଆଲୋକପାତ କରିବା ସହିତ ବ୍ୟାୟାମ, ଆସନ ଓ ପ୍ରଣାୟାମ ଅଭ୍ୟାସ କରାଯାଇଥିଲା । ସଂଧ୍ୟାରେ ଦିବ୍ୟ ଜିବନ ସଂଘ ପରିସରରେ ଭଜନ କୀର୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଦେବାଶିଷ ପୁରୋହିତ, ତୁଷାରକାନ୍ତ ପଟ୍ଟନାୟକ, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ପ୍ରତାପ କୁମାର ସାହୁ, ବିଦ୍ୟାଧର ପ୍ରଧାନ, ଦିଲ୍ଲିପ କୁମାର ଚୌଧୁରୀଏହି କାର୍ଯ୍ୟକ୍ରମରେ ସହେଯାଗ କରିବା ସହିତ ସ୍ୱାମୀ ଚିଦାନନ୍ଦଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିବା ଏବଂ ତାଙ୍କର ବିଚାରଧାରା ସହ ଜଡିତ ହୋଇଥିବା ଭକ୍ତମାନେ ଅଂଶଗ୍ରହଣ କରିଥିଲେ ।
ସ୍ୱାଧିନତାର ୭୫ବର୍ଷ ପୂର୍ତି:ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ
ବୌଦ୍ଧ,୨୬/୯: ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଅବସରରେ ସମଗ୍ର ଦେଶରେ ଆସନ୍ତା ଅକ୍ଟୋବର ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏକମାସ ବ୍ୟାପି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ବୌଦ୍ଧ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲା ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଏହି ଅଭିଯାନ କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲାର ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ପୌରପାଳିକା, ପଂଚାୟତିରାଜ ବିଭାଗ ଶିକ୍ଷାନୁଷ୍ଠାନ ଓ ସମସ୍ତ ସାମାଜିକ ଓ ଧାର୍ମୀକ ଅନୁଷ୍ଠାନ ଗୁଡିକ ସାମିଲ ହୋଇଥିବା ଜିଲ୍ଲା ଅଧିକାରୀ ବିରେନ୍ଦ୍ର ସିଂ ବୋକେନ ଜଣାଇଛନ୍ତି । ଜିଲ୍ଲାର ଯୁବ ଅନୁଷ୍ଠାନମାନଙ୍କ ଦ୍ୱାରା ସମାଜର ସମସ୍ତ ବ୍ୟକ୍ତିମାନଙ୍କ ପାଖକୁ ଯାଇ ବର୍ଯ୍ୟବସ୍ତୁ ମୁକ୍ତ କରିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଆସନ୍ତା ଅକ୍ଟୋବର ୧ ତାରିଖରେ ବୌଦ୍ଧ ସଦର ମହକୁମାରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘର ବେଠକ
ବୌଦ୍ଧ,୨୬/୯: ବୌଦ୍ଧଜିଲ୍ଲାରେ ତୀରନ୍ଦାଜ କ୍ରୀଡାର ପ୍ରତିଷ୍ଠାତା ତଥା କ୍ରୀଡା ଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀଙ୍କୁ ଓଡିଶା ତୀରନ୍ଦାଜ ସଂଘର ଯୁଗ୍ମ ସଂପାଦକ ଭାବରେ ନିର୍ବାଚିତ କରାଯାଇଥିôବା ବେଳେ ରାଜ୍ୟ କାର୍ଯ୍ୟକାରି ସଦସ୍ୟ ଭାବରେ ଜିଲ୍ଲାର ଅର୍ଜୁନ କଅଁର ଓ ସୋନପୁର ଜିଲ୍ଲାର ପଙ୍କଜ ଖମାରୀଙ୍କୁ ମନୋନୀତ କରାଯାଇଛି । ନବ ନିର୍ବାଚିତ ସଦସସ୍ୟମାନଙ୍କୁ ଆଜି ବୁଟୁପାଲି ସ୍ଥିତ ଜିଲ୍ଲା ତୀରନ୍ଦାଜ ସଂଘ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଅନୁଷ୍ଠିତ ସଭାରେ ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ଅଶୋକ ସାହୁ ଯୋଗଦେଇ ଓଡିଶା ତୀରନ୍ଦାଜ ସଂଘରେ ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ସ୍ଥାନ ମିଳିବା ଏକ ଗର୍ବ ଓ ଗୌରବର କଥା ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଉଭୟ ଜିଲ୍ଲାର ମିଳିତ ହୋଇ ତୀରନ୍ଦାଜ କ୍ଷେତ୍ରରେ ଯଶ ରଖିବେ ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ଅଭିଭାବକ ଇନ୍ଦ୍ରମଣୀ ମେହେର, ଅକ୍ଷୟ ମହାକୁଡ,ନିରଂଜନ ମେହେର, ଲକ୍ଷ୍ମୀଧର ବେହେରା, ସଂଜୟ ନାୟକ, ଅରୁଣ ନାଏକ, ନାରାୟଣ ବାଙ୍କ, ମଦନ ମୋହନ ଜଟି ପ୍ରମୁଖ ଉପସ୍ଥିତଥିଲେ ।
ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ବୌଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା
ବୌଦ୍ଧ,୨୬/୯: ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ବୌଦ୍ଧଜିକ୍ଷଲକ୍ଷା ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋକ ସଭା ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟଠାରେ ରବିବାର ଦିନ ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ସଂଘ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା ।
ସ୍ୱର୍ଗତ ଦାସ ଜଣ ନିର୍ଭକ , ସଛୋଟ ସାମ୍ବାଦିକ ଥିବା ବେଳେ ତାଙ୍କର ଅକାଳ ବିୟୋଗରେ ରାଜ୍ୟର ସାମ୍ବାଦିକତା କ୍ଷେତ୍ରର ଏକ ଅପୂରଣୀୟ କ୍ଷତି ବୋଲି ଶୋକ ସଭାରେ ସାମ୍ବାଦିକମାନେ ମତପ୍ରକାଶ କରିଥିଲେ । ଏହି ଶୋକ ସଭାରେ ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦିକା ପ୍ରଣତି ପଣ୍ଡା, ,ଦେବାଶିଷ ପୁରୋହିତ , ଶଙ୍କର ପ୍ରସାଦ ମିଶ୍ର,ଅଜିତ କୁମାର ବାରିକ ପ୍ରମୁଖ ତାଙ୍କର ସ୍ମୃତି ଚାରଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031