Indus Valley Times

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାକୁ ୧୩ ବର୍ଷ: ଫାଇଲରେ ବନ୍ଧା ହୋଇ ରହିଛି ଶୁଣାଣି

 Breaking News

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାକୁ ୧୩ ବର୍ଷ: ଫାଇଲରେ ବନ୍ଧା ହୋଇ ରହିଛି ଶୁଣାଣି

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାକୁ ୧୩ ବର୍ଷ: ଫାଇଲରେ ବନ୍ଧା ହୋଇ ରହିଛି ଶୁଣାଣି
August 24
19:05 2021

ସଞ୍ଜୟ ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୪/୮ : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାର ୧୩ ବର୍ଷ ପୂରିଛି । ୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ରାତିରେ ତୁମୁଡିବନ୍ଧ ବ୍ଲକ ଜଳେଶପଟା ଆଶ୍ରମରେ ସ୍ୱାମୀଜୀଙ୍କ ସମେତ ଅନ୍ୟ ୫ଜଣ ଅନ୍ତେବାସୀଙ୍କୁ ହତ୍ୟା କରାଯାଇଥିଲା । ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ଚାଲିଥିବା ବେଳେ ରାତି ପ୍ରାୟ ୮ଟାରେ ଦୁର୍ବୃତ୍ତମାନେ ଆଶ୍ରମ ମଧ୍ୟକୁ ପଶି ଆଖିବୁଜା ଗୁଳି ଚଳାଇବାରେ ସ୍ୱାମୀଜୀଙ୍କ ସମେତ ଜଣେ ମାତାଜୀ ଓ ଅନ୍ୟ ୩ ଜଣ ଭକ୍ତଙ୍କ ସମେତ ୫ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ସମଗ୍ର ଜିଲ୍ଲାରେ ସୃଷ୍ଟି ହୋଇଥିଲା ଦଙ୍ଗା । ଅନେକଙ୍କ ପ୍ରାଣ ଯାଇଥିଲା ।
ସେତେବେଳେ ଆନ୍ତର୍ଜାତିକସ୍ତରରେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ବିଚାର ବିଭାଗୀୟ କମିଶନ ଗଠନ କରିଥିଲେ । ରିପୋର୍ଟ ଅନୁଯାୟୀ ୨୦୦୮ ମସିହା କନ୍ଧମାଳ ଦଙ୍ଗା ଘଟଣାରେ ଜିଲାରେ ୩୮ ଜଣ ସାଧାରଣ ଲୋକଙ୍କ ସମେତ ସ୍ୱାମୀଜୀ ଓ ଅନ୍ୟ ୪ ଜଣ ସହଯୋଗୀଙ୍କୁ ମିଶାଇ ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଜଷ୍ଟିସ୍ ମହାପାତ୍ର କନ୍ଧମାଳ ଜିଲ୍ଲାକୁ ବାରମ୍ବାର ଗସ୍ତ କରି ତଦନ୍ତ କରିବା ସହ ୬ ମାସ ମଧ୍ୟରେ ଆନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ । ତେବେ ୨୦୧୨ରେ ଜଷ୍ଟିସ୍ ମହାପାତ୍ରଙ୍କ ଦେହାନ୍ତ ପରେ ରାଜ୍ୟ ସରକାର ପୁଣିଥରେ ଅନ୍ୟତମ ଜଷ୍ଟିସ୍ ଏ.ଏସ୍ ନାଇଡୁଙ୍କୁ କମିଶନ ନିଯୁକ୍ତି କରିଥିଲେ । କମିଶନ ୭୮ ଜଣ ସରକାରୀ ସାକ୍ଷୀଙ୍କ ସମେତ ପ୍ରାୟ ୩୦୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଓ ହଜାର ହଜାର ଦସ୍ତାବିଜ୍ ବିଚାରକୁ ନେଇଥିଲେ ।
କମିଶନ ତାଙ୍କର ୧୦୨୦ ପୃଷ୍ଠାର ରିପୋର୍ଟ ଦୁଇଟି ଭଲ୍ୟୁମରେ ୨୦୧୫ ଡିସେମ୍ବର ୨୨ ତାରିଖରେ ସରକାରଙ୍କ ନିକଟରେ ଦାଖଲ କରାଯାଇଥିବା ତଦନ୍ତ କମିଶନରଙ୍କ ସ୍ୱତନ୍ତ୍ର ସରକାରୀ ଓକିଲ ବିଜୟ କୃଷ୍ଣ ପଟନାୟକ ପ୍ରକାଶ କରିଛନ୍ତି । ପୂର୍ବରୁ ସ୍ୱାମୀଜୀଙ୍କୁ ଅନ୍ୟ ସ୍ଥାନମାନଙ୍କରେ ହୋଇଥିବା ଆକ୍ରମଣ ଓ ପରବର୍ତ୍ତୀ ହିଂସା ଘଟଣାର ତଦନ୍ତ ପାଇଁ ମଧ୍ୟ ଜଷ୍ଟିସ ବାସୁଦେବ ପାଣିଗ୍ରାହୀ କମିଶନ ବସିଥିଲା ।
୨୦୦୭ ମସିହାରେ ଗଠିତ ଏହି କମିଶନ ମଧ୍ୟ ତାଙ୍କ ରିପୋର୍ଟ ୨୦୧୫ ମସିହାରେ ସରକାରଙ୍କୁ ପ୍ରଦାନ କରିଛନ୍ତି । ତେବେ ଏହି ଦୁଇଟି ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ବାରମ୍ବାର ଦାବି ସତ୍ୱେ ତାହା ସମ୍ଭବ ହୋଇନାହିଁ । ଅନ୍ୟପକ୍ଷରେ କମିଶନ ରିପୋର୍ଟର ତଥ୍ୟ ଜାଣିବା ପାଇଁ ଲୋକଙ୍କ ଭିତରେ ଏବେ ମଧ୍ୟ ଉତ୍ସୁକତା ଲାଗି ରହଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031