Indus Valley Times

ହନିଟ୍ରାପରେ ଚୁନ ଲଗାଇଥିଲେ ୩୦ ଲକ୍ଷ, ଧରାପଡ଼ିଲେ ନାଇଜେରିଆନ୍ ଦମ୍ପତି

 Breaking News

ହନିଟ୍ରାପରେ ଚୁନ ଲଗାଇଥିଲେ ୩୦ ଲକ୍ଷ, ଧରାପଡ଼ିଲେ ନାଇଜେରିଆନ୍ ଦମ୍ପତି

August 27
19:23 2022

ବାଲେଶ୍ୱର, ୨୭/୮: ଜଣେ ସରକାରୀ ବାବୁଙ୍କୁ ହନିଟ୍ରାପରେ ଫସାଇ ୩୦ ଲକ୍ଷ ଟଙ୍କା ଲୁଟ ଘଟଣାରେ ଆଉ ଦୁଇଜଣ ଗିରଫ । ଦୁହେଁ ସ୍ୱାମୀ-ସ୍ତ୍ରୀ ହୋଇଥିବା ଜଣାପଡ଼ିଛି ।
ଉଭୟଙ୍କୁ ବାଲେଶ୍ୱର ସାଇବର ପୋଲିସ ଗିରଫ କରିଛି । ୬ ଅଗଷ୍ଟରେ ନାଇଜେରିଆର ଜଣେ ଅଭିଯୁକ୍ତ ସାମସନ୍ ଏମେକେ ଅଲିକା (୩୯)କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରିଥିଲା ପୋଲିସ । ଉକ୍ତ ମାମଲାର ଅଧିକ ଅନୁସନ୍ଧାନରେ, ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିଛି ସାଇବର ପୋଲିସ।
ଗିରଫ ବ୍ୟକ୍ତି ହେଲେ ଏମାଉନେଲ ନାମମାନି କେଲଭିନ ଓଟୁସୋରୋ ନାମନା ଓ ପତ୍ନୀ ଟି.ସୁଚିମ ଟିଖୀର । ଉଭୟଙ୍କୁ ଦିଲ୍ଲୀର ଏକ ଘରୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ୨ ଟି ଲାପଟପ୍, ଗୋଟାଏ ହୁଣ୍ଡାଇ ଓ-୨୦ କାର୍, ଗୋଟିଏ ଡଙ୍ଗଲ୍, ଦୁଇଟି ନକଲି ପାସପୋର୍ଟ, ଗୋଟିଏ ଝଈଓ ପାସବୁକ୍, ୨ ଟି ସୁନା ଚେନ । ୦୭ଟି ମୋବାଇଲ ଫୋନ ଜବତ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031