Indus Valley Times

ହରଭଙ୍ଗା ଗ୍ରାମ ପଞ୍ଚାୟତ ବନ୍ୟା ଆଶ୍ରୟସ୍ଥଳି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

 Breaking News

ହରଭଙ୍ଗା ଗ୍ରାମ ପଞ୍ଚାୟତ ବନ୍ୟା ଆଶ୍ରୟସ୍ଥଳି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

June 28
10:25 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୬ : ଦିନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ସମୁଦାୟ ୪୭ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ ମାମଲା ହୋଇଥିବାବେଳେ ୨ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ଆସିଥିଲା ।
ଅଭିଯୋଗ ଗୁଡିକ ମଧ୍ୟରୁ ୨୦ ଗୋଟି ଅଭିଯୋଗକୁ ତଥକାଳ ଫଇସଲା କରାଯାଇଥିବା ବେଳେ ୭ ଗୋଟି ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୫୦୦୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯାଇଥିଲା ।
ଏହି ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସନତ କୁମାର ନାଏକ, ବିଡ଼ିଓ ସ୍ମିତା ରଥ, ତହସିଲଦାର ଶମ୍ଭୁ ମିଶ୍ର,ଅତିରିକ୍ତ ତହସିଲଦାର ହରିଓ଼ମ ଭୋଇ, ସିଡିପିଓ ନିରୁପମା ପାଣି, ଟିଆରଓ ମହାପାତ୍ର କୁଲଦୀପ ମହାନ୍ତି, ଭିସିପିଓ ରାହୁଲ ପ୍ରଧାନ, ଜିଲ୍ଲା ସାମ୍ବାଦିକ ସୁରକ୍ଷା ଅଧିକାରୀ ସୁଦ୍ଧାଂଶୁ ଶେଖର ପୂଝାରୀ , ପିଡିୱାଟରସେଡ ପ୍ରଦୀପ୍ତ କୁମାର ମହାନ୍ତି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।
ଶିବିରକୁ ଜିଲ୍ଲା ଜରୂରୀକାଳୀନ ଅଧିକାରୀ ଅବନୀକାନ୍ତ ସାହୁ, ସରପଞ୍ଚ ଶକୁନ୍ତଳା ବେହେରା ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ପରିଚାଳନା କରି ଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ କାଲୀନ ବିଭାଗର ଶିବା କୁମାର ଦଳବେହେରା ,ସୁନୀଲ ବେହେରା ଓ ଦିବ୍ୟ ସିଂହ ମଲ୍ଲିକଙ୍କ ସମେତ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031