Indus Valley Times

ହଲରେ ଧମାଲ୍ କରୁଛି କେଜିଏଫ୍-୨, ଦର୍ଶକଙ୍କ ପାଇଁ ଖୁସି ଖବର ଆସିବ KGF ପାର୍ଟ-୩

 Breaking News

ହଲରେ ଧମାଲ୍ କରୁଛି କେଜିଏଫ୍-୨, ଦର୍ଶକଙ୍କ ପାଇଁ ଖୁସି ଖବର ଆସିବ KGF ପାର୍ଟ-୩

ହଲରେ ଧମାଲ୍ କରୁଛି କେଜିଏଫ୍-୨, ଦର୍ଶକଙ୍କ ପାଇଁ ଖୁସି ଖବର ଆସିବ KGF ପାର୍ଟ-୩
April 15
11:45 2022

ନୂଆଦିଲ୍ଳୀ, ୧୫/୪ : ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଚଳଚ୍ଚିତ୍ର କେଜିଏଫ୍ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସୁପରଷ୍ଟାର ତଥା ରକିଂ ଷ୍ଟାର୍ ୟଶଙ୍କ ଫିଲ୍ମ ସିନେମା ଘରେ ଧମାଲ୍ କରୁଛି ।
ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ ଦେଖାଯାଉଛି । ଦର୍ଶକ ଫିଲ୍ମକୁ ବହୁତ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ପ୍ରଶଂସକମାନେ ଫିଲ୍ମର ପ୍ରତ୍ୟେକ ଚରିତ୍ରକୁ ପସନ୍ଦ କରୁଛନ୍ତି ।
ଏହି ସମୟରେ ପ୍ରଶଂସକଙ୍କ ପାଇଁ ଏକ ବଡ ଏବଂ ଖୁସି ଖବର ଆସିଛି । ୟଶଙ୍କ ‘କଏୠ ପାର୍ଟ-୨ ପରେ, ପାର୍ଟ ୩’ ଆସିବାର ସୂଚନା ମଧ୍ୟ ମିଳିଛି । ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ନିର୍ମାତାମାନେ ବର୍ତ୍ତମାନ କେଜିଏଫ୍-୩ ପାଇଁ କାମ କରୁଛନ୍ତି।
କହିବାକୁ ଗଲେ କେଜିଏଫ୍ ର ପ୍ରଥମ ଅଧ୍ୟାୟ ୨୦୧୮ ରେ ମୁକ୍ତିଲାଭ କରିଥିଲା ଏବଂ ଏହା ପରେ ୨୦୨୨ମସିହାରେ ଫିଲ୍ମର ଦ୍ୱିତୀୟ ଅଧ୍ୟାୟ ମୁକ୍ତିଲାଭ କରିଛି। ନିକଟରେ ହିନ୍ଦୁସ୍ତାନ ଟାଇମ୍ସ ସହିତ କଥାବାର୍ତ୍ତା କରୁଥିବାବେଳେ ପ୍ରଶାନ୍ତ ନୀଲଙ୍କୁ ଏହାରି ବିଷୟରେ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ସେ କହିଥିଲେ ଯେ ଏତେ ଜଲଦୀ ଏ ବିଷୟରେ କହିବା ଠିକ୍ ହେବ ନାହିଁ ।
ଯଦି ଲୋକମାନେ କେଜିଏଫ୍-୨କୁ ପସନ୍ଦ କରୁଛନ୍ତି। ତାହାଲେ ଆମେ ଫ୍ରାଞ୍ଚାଇଜ୍କୁ ଜାରି ରଖିବାକୁ ଚିନ୍ତା କରିପାରିବୁ । ଗୋଟିଏ ପଟେ କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ଫିଲ୍ମର ତୃତୀୟ ଭାଗ ବିଷୟରେ କହିଥିବା ବେଳେ ଅନ୍ୟ ପଟେ ସୋସିଆଲ ମିଡିଆରେ ଫିଲ୍ମ ବିଷୟରେ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି।
ହେଲେ କୁହାଯାଉଛି କି ‘କେଜିଏଫ୍-୩’ରେ ଆମେରିକା-ଇଣ୍ଡୋନେସିଆ ସମେତ ୧୬ଟି ଦେଶରେ ଅପରାଧର କାହାଣୀ ଦେଖାଯିବ ।
ମିଡିଆ ରିପୋର୍ଟ ଅନୁଯାୟୀ, କେଜିଏଫର ପ୍ରଥମ ଭାଗ ପାଇଁ ୟଶ ୧୫ କୋଟି ଟଙ୍କା ନେଇଥିବା ବେଲେ ଦ୍ବିତୀୟ ଭାଗ ପାଇଁ ୧୦ କୋଟି ଟଙ୍କା ବୃଦ୍ଧି ପାଇଛି। ତେବେ ୟଶ ମୋଟ ୨୫ କୋଟି ଟଙ୍କା ନେଇଛନ୍ତି ।
ସଞ୍ଜୟ ଦତ୍ତ ଆଦିରାଙ୍କ ଚରିତ୍ର ପାଇଁ ୯ କୋଟି ଟଙ୍କା ଆଦାୟ କରିଛନ୍ତି। ଅନ୍ୟପକ୍ଷରେ, ଯଦି ଆମେ ଶ୍ରୀନିଦ୍ଧି ଏହି ଫିଲ୍ମ ପାଇଁ ୩କୋଟି ଟଙ୍କା ନେଇଛନ୍ତି। ଅନ୍ୟପଟେ ରବିନା ଟଣ୍ଡନ୍ ଫିଲ୍ମ ପାଇଁ ୧.୫କୋଟି ଟଙ୍କା ନେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031