Indus Valley Times

ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ

 Breaking News

ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ

ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ
March 27
10:16 2023

ସୁନ୍ଦରଗଡ଼,୨୭/୩ : ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ହାଇୱାକୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ବସ୍ ମାଲିକ ଓ ଏକ ଛୋଟ ଛୁଆ ଥିବା ଜଣାଯାଇଛି।
ଅଜି ଭୋର ୪ଟା ସମୟରେ ସି‘ପ୍ରଭା’ ନାମକ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। ଚାନ୍ଦିପୋଷ ନିକଟ ରାସ୍ତା କଡ଼ରେ ଏକ ହାଇୱା ଖରାପ ହୋଇ ଠିଆ ହୋଇଥିଲା। ବସ୍ଟି ଭାରସାମ୍ୟ ହରାଇ ହାଇୱାକୁ ପଛକୁ ଧକ୍କା ଦେଇଥିଲା। ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ବସ୍ ଡ୍ରାଇଭର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରଯାଉଛି।
ପୁଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି। ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031