Indus Valley Times

ହାଇକୋର୍ଟରେ ଦୁଇ ନୂଆ ବିଚାରପତି, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି

 Breaking News

ହାଇକୋର୍ଟରେ ଦୁଇ ନୂଆ ବିଚାରପତି, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି

ହାଇକୋର୍ଟରେ ଦୁଇ ନୂଆ ବିଚାରପତି, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
September 05
11:22 2023

କଟକ,୫/୯ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି। ଏହି ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ।
ଜଷ୍ଟିସ ଶିବଶଙ୍କର ମିଶ୍ର ୧୯୯୧ ମସିହାରୁ ଓକିଲାତି କ୍ୟାରିୟର ଆରମ୍ଭ କରିଥିବା ବେଳେ ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଦେୱାନୀ, ଫୌଜଦାରୀ ଓ ଚାକିରି ସମ୍ପର୍କିତ ଆଇନରେ ତାଙ୍କ ସ୍ୱତନ୍ତ୍ର ଦକ୍ଷତା ରହିଛି। ଜଷ୍ଟିସ ଶିବଶଙ୍କର ମିଶ୍ର ଜୟପୁରଠାରେ ୧୯୬୮ମସିହାରେ ଜନ୍ମଗ୍ରହଣ କରିଥିଲେ। କୋରାପୁଟର ଜୟପୁର ଲ’ କଲେଜରୁ ସେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ।
ସେହିଭଳି ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ୨୦୦୪ ମସିହାରେ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାର ବିଭାଗରେ ଯୋଗ ଦେଇଥିଲେ। ୨୦୧୩ରେ ଜିଲ୍ଲା ଜଜ୍ ରେଗୁଲାର କ୍ୟାଡରରେ ଯୋଗ ଦେଇଥିଲେ। ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ପଦ ପଦବୀରେ ସେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି। ଜଷ୍ଟିସ ଆନନ୍ଦ ୧୯୬୪ ମସିହାରେ ବାଲେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031