Indus Valley Times

ହିନ୍ଦୁଙ୍କ ସୁରକ୍ଷା , ରାଷ୍ଟ୍ରପତି ଶାସନ ଦାବୀ କଲା ବିଏଚପି

 Breaking News

ହିନ୍ଦୁଙ୍କ ସୁରକ୍ଷା , ରାଷ୍ଟ୍ରପତି ଶାସନ ଦାବୀ କଲା ବିଏଚପି

ହିନ୍ଦୁଙ୍କ ସୁରକ୍ଷା , ରାଷ୍ଟ୍ରପତି ଶାସନ ଦାବୀ କଲା ବିଏଚପି
April 24
17:36 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨୪/୪ : ଓ୍ବାକଫ ଆଇନ ସଂଶୋଧନ ବିରୋଧରେ ପଶ୍ଚିମବଙ୍ଗରେ ହିଂସାର ନିଆଁରେ ଜଳୁଛି । ମୁସିଦାବାଦରେ ଆରମ୍ଭ ହୋଇଥିବା ଏହି ଭୟଙ୍କର ହିଂସା ଏବେ ସମଗ୍ର ବଙ୍ଗଳାରେ ବ୍ୟାପିବାରେ ଲାଗିଛି ।
ଆଗକୁ ଏହା ଉଗ୍ରରୂପ ଧାରଣ କରିବା ପୂର୍ବରୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ ସହ ହିନ୍ଦୁ ମାନଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ବିଶ୍ବ ହିନ୍ଦୁ ପରିଷଦ ଖୋର୍ଦ୍ଧା ଜିଲା ଶାଖା ଦାବି କରିଛି ।
ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଗୀତାଭବନ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲା। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ଉପରେ ବିଶ୍ବହିନ୍ଦୁ ପରିଷଦ କର୍ମକର୍ତା ବର୍ଷିଥିଲେ ।
ହିନ୍ଦୁ ମାନଙ୍କ ଅସ୍ତିତ୍ବ ବିପଦରେ ରହିଛି, ଆଇନ ଶୃଙ୍ଖଳା ସମ୍ପୂଣ୍ଣ ଭୁଷୁଡି ପଡିଛି ବୋଲି ଉପସ୍ଥିତ ବକ୍ତା ମତବ୍ୟକ୍ତ କରିଥିଲେ ।
ଦେଶର ସାର୍ବଭୌମତ୍ବ ବଜାଇ ରଖିବା ପାଇଁ ତ୍ବରିତ ପଦକ୍ଷେପ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ସୁରକ୍ଷା, ପରିସ୍ଥିତି ଅଣାୟତ ପୂର୍ବରୁ ରାଷ୍ଟ୍ରପତି ଶାସନ, ବଙ୍ଗଳା ହିଂସାର ଏନଆଇ ଦ୍ବାରା ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଉ ।
ବାଙ୍ଗାଦେଶୀ, ରୋହିଙ୍ଖ୍ୟା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ରାଜ୍ୟରୁ ବାହାର କରାଯାଉ । ମମତା ବାନାର୍ଜୀଙ୍କ ଦ୍ବାରା ବନ୍ଦ କରାଯାଇଥିବା ବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ୪୫୦ କିଲୋମିଟର ସୀମାରେ ତାର ବିଛା କାମ ତୁରନ୍ତ ଆରମ୍ଭ କରାଯାଉ ବୋଲି ଦାବିରେ ଉଲ୍ଲେଖ ରହିଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସତ୍ୟ ନାରାୟଣ ପାଣିଗ୍ରାହୀ, ସମ୍ପାଦକ ଗୋପବନ୍ଧୁ ସାହୁଙ୍କ ନେତୃତ୍ବରେ ସହ ସମ୍ପାଦକ ସନ୍ତୋଷ ଶ୍ରୀଚନ୍ଦନ, ପ୍ରଖଣ୍ଡ ଉପ ସଭାପତି ସୁଦର୍ଶନ ରଥ, ବଜରଙ୍ଗ ଦଳ ବିଭାଗ ସଂଯୋଜକ ନୃତ୍ୟଜିତ ଚମ୍ପତି, ଅଧିବକ୍ତା ପରିଷଦ ରାଜ୍ୟ ସଭାପତି ଅଜିତ ପଟ୍ଟନାୟକ, ଭାରତ ରକ୍ଷା ମଂଚ ଜିଲ୍ଲା ସଂଯୋଜକ ମିହିର ବିଧାର, ସାଧୁସନ୍ଥ ସମାଜ ଉପଦେଷ୍ଟା ଶକ୍ତିଶଙ୍କର ମିଶ୍ର, ବଜରଙ୍ଗ ଦଳ ସହ ଜିଲ୍ଲା ସଂଯୋଜକ ଦିବ୍ୟପ୍ରକାଶ, ପ୍ରଖଣ୍ଡ ସଂଯୋଜକ ସତ୍ୟଜିତ ବେହେରାଙ୍କ ସମେତ ଏକାଧିକ କର୍ମୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031