Indus Valley Times

ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ଦୁଇଟି ଗେଟ୍, ସତର୍କ ରହିବାକୁ ସୂଚନା

 Breaking News

ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ଦୁଇଟି ଗେଟ୍, ସତର୍କ ରହିବାକୁ ସୂଚନା

ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ଦୁଇଟି ଗେଟ୍, ସତର୍କ ରହିବାକୁ ସୂଚନା
July 21
17:57 2022

ସମ୍ବଲପୁର, ୨୧/୭: ଉପରମୁଣ୍ଡରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଥିବାରୁ ଗୁରୁବାର ଅପରାହ୍ନରେ ପୁଣି ୨ଟି ଗେଟ୍ ଖୋଲିଛି।
ଏଥି ସହିତ ଜଳଭଣ୍ଡାରରୁ ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ରିପୋର୍ଟ ଅନୁସାରେ ଜଳଭଣ୍ଡାରର ବାମ ପାର୍ଶ୍ବରରୁ ୬ଟି ଓ ଡାହାଣ ପାର୍ଶ୍ବରୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।
ବୁଧବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୪.୨୫ ଫୁଟ୍ରେ ପହଂଚି ଥିଲା। ସକାଳ ୬ଟାରେ ଜଳସ୍ତର ୬୧୩.୮୫ ଫୁଟ୍ ପହଂଚିଥିବା ବେଳେ ମଧ୍ୟାହ୍ନ ୧୨ଟାରେ ୬୧୪ ଫୁଟ୍ ଅତିକ୍ରମ କରିଥିଲା। ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ୧,୬୮,୮୫୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ସମୟରେ ୧,୧୬, ୬୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା।
ସେଥିରୁ ୫ଟି ସ୍ପିଲୱେ ଦେଇ ୭୬,୦୨୫ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୩୬,୧୭୭ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ସେହିପରି ଜଳସେଚନ ନିମନ୍ତେ ୪୨୧୩ କ୍ୟୁସେକ ଜଳ ବିଭିନ୍ନ କେନାଲରେ ଛଡ଼ାଯାଇଛି। ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୩ କ୍ୟୁସେକ ଜଳ ଜଳଭଣ୍ଡାରରୁ ଟାଣୁଛନ୍ତି।
ଚଳିତ ବର୍ଷ ମୁଣ୍ଡଳୀରେ ମହାନଦୀର ପ୍ରଥମ ବନ୍ୟାଜଳ ପହଞ୍ଚିଛି। ବୁଧବାର ମଧ୍ୟ ରାତିରୁ ଏହି ବନ୍ୟାଜଳ ମୁଣ୍ଡଳୀ ବ୍ୟାରେଜ୍ ଦେଇ ପ୍ରବାହିତ ହେଉଛି। ହୀରା

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031