Indus Valley Times

‘ହୁ’ର ଚେତାବନୀ: ଏଇ ଦୁଇ ସିରପ୍ ନେଉଛି ଜୀବନ, ଏଠାରେ ୧୮ ଶିଶୁଙ୍କ ଗଡିଲାଣି ମୁଣ୍ଡ !

 Breaking News

‘ହୁ’ର ଚେତାବନୀ: ଏଇ ଦୁଇ ସିରପ୍ ନେଉଛି ଜୀବନ, ଏଠାରେ ୧୮ ଶିଶୁଙ୍କ ଗଡିଲାଣି ମୁଣ୍ଡ !

‘ହୁ’ର ଚେତାବନୀ: ଏଇ ଦୁଇ ସିରପ୍ ନେଉଛି ଜୀବନ, ଏଠାରେ ୧୮ ଶିଶୁଙ୍କ ଗଡିଲାଣି ମୁଣ୍ଡ !
January 12
10:42 2023

ନୂଆଦିଲ୍ଲୀ, ୧୨/୧: ଭାରତରେ ତିଆରି ହେଉଥିବା ୨ ପ୍ରକାରର କଫ ସିରପ୍ର ବ୍ୟବହାର ଉଜବେକିସ୍ତାନରେ ନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ପରାମର୍ଶ ଦେଇଛି। ନୋଏଡା ଭିତ୍ତିକ କମ୍ପାନୀ ମାରିଅନ ବାୟୋଟେକ୍ ପିଲାଙ୍କ ପାଇଁ ପ୍ରସ୍ତୁତ କରୁଥିବା ୨ ପ୍ରକାରର ସିରପ୍ ଉପରେ ଏପରି ରୋକ ଲଗାଯାଇଛି। ପିଲାଙ୍କ ପାଇଁ ଏହି ସିରପ୍ ସୁରକ୍ଷିତ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି।
ମେଡିକାଲ ପ୍ରଡକ୍ଟ ଆଲର୍ଟ ଜାରି କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମାରିଅନ ବାୟୋଟେକ ପ୍ରସ୍ତୁତ କରୁଥିବା ସବ୍ଷ୍ଟାଣ୍ଡାର୍ଡ ମେଡିକାଲ ପ୍ରଡକ୍ଟ, ଯେଉଁଥିରେ ଏମିତି କିଛି ଦୂଷିତ ଉପାଦନ ରହିଛି ଯାହା ଗୁଣବତ୍ତା ଓ ସୁରକ୍ଷା ସମ୍ପର୍କିତ ମାନଦଣ୍ଡକୁ ହାସଲ କରିବାରେ ବିଫଳ। ତେଣୁ ଏହାକୁ ବ୍ୟବହାର କରାନ ଯିବା ଦରକାର।ଭଚ୍ଚ
୨୦୨୨ ଡିସେମ୍ବର ୨୨ରେ ଉଜବେକିସ୍ତାନରୁ କମ୍ପାନୀ ପ୍ରସ୍ତୁତ କରୁଥିବା ୨ଟି ସର୍ବଷ୍ଟାଣ୍ଡାର୍ଡ ବା ଖରାପ କଫ ସିରପ ଚିହ୍ନଟ କରାଯାଇଥିଲା। ଏହାକୁ ପରୀକ୍ଷା କରିବା ପରେ ଏଗୁଡ଼ିକ ପିଲାଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ବୋଲି ଜଣାପଡ଼ିଛି। AMBRONOL ସିରପ ଓ DOK-1 Max ସିରପକୁ ଭାରତର ଉତ୍ତର ପ୍ରଦେଶରେ ଥିବା ମାରିଅନ ବାୟୋଟେକ ପ୍ରାଇଭେଟ ଲିଃ ପକ୍ଷରୁ ତିଆରି କରାଯାଉଛି।
ଆଜିକା ତାରିଖରେ କମ୍ପାନୀ ପକ୍ଷରୁ ସୁରକ୍ଷା ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କୌଣସି ପ୍ରକାରର ସୁରକ୍ଷା ଗ୍ୟାରେଣ୍ଟି ଦିଆଯାଇନି। ତେଣୁ ଏହା ଉପରେ ରୋକ ଲଗାଯାଉଥିବା ସଂଗଠନ କହିଛି।
କିଛି ଦିନ ତଳେ ମାରିଅନ ବାୟୋଟେକର କଫ୍ ସିରପ ଖାଇ ଉଜବେକିସ୍ତାନରେ ୧୯ଜଣ ଛୋଟ ପିଲା ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କମ୍ପାନୀ ପ୍ରଡକ୍ଟର ଯାଞ୍ଚ ଆରମ୍ଭ ହୋଇଥିଲା। ଉତ୍ତର ପ୍ରଦେଶ ସରକାର ମଧ୍ୟ କମ୍ପାନୀର ଉତ୍ପାଦନ ଲାଇସେନ୍ସକୁ ବାତିଲ କରିଥିଲେ ଓ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ। ଏଯାଏ କମ୍ପାନୀ ଆବଶ୍ୟକ ଉତ୍ତର ଦେଇ ପାରି ନଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031