Indus Valley Times

ହେଲମେଟ୍ ନପିନ୍ଧି ଫାଇନ୍ ଗଣିଲେ ମନ୍ତ୍ରୀ ଓ ବିଧାୟକ!

 Breaking News

ହେଲମେଟ୍ ନପିନ୍ଧି ଫାଇନ୍ ଗଣିଲେ ମନ୍ତ୍ରୀ ଓ ବିଧାୟକ!

ହେଲମେଟ୍ ନପିନ୍ଧି ଫାଇନ୍ ଗଣିଲେ ମନ୍ତ୍ରୀ ଓ ବିଧାୟକ!
June 25
17:38 2022

ବାଲେଶ୍ୱର, ୨୫/୬: ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ସଦର ବିଧାୟକ ସ୍ୱରୂପ କୁମାର ଦାସ ବାଲେଶ୍ୱରରେ ଏକ ବାଇକରେ ଯାଉଥିବାର ଦେଖିବାକୁ ମିଳିଥିଲା।
ଏହି ସମୟରେ ଟ୍ରାଫିକ ନିୟମ ଭଙ୍ଗ କରିଥିବା ଜଣାଯାଇଛି। ଏଥିଲାଗି ଗାଡ଼ିମାଲିକଙ୍କଠାରୁ ଟ୍ରାଫିକ ପୁଲିସ ୧୦୦୦ ଟଙ୍କା ଜରିମାନା ଆଦାୟ କରିଛି।
ସୂଚନା ଅନୁଯାୟୀ, ବାଲେଶ୍ୱର ସହରର ହେମକାପଦା ଛକରେ ହେଲମେଟ ଯାଞ୍ଚ ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ବିନା ହେଲମେଟରେ ଯାଉଥିବାର ଦେଖି ଟ୍ରାଫିକ୍ ପୁଲିସ ଉଭୟଙ୍କୁ ଧରିଥିଲେ।
ସଦର ବିଧାୟକ ସ୍ୱରୂପ କୁମାର ଦାସ ବାଇକ୍ ଚଳାଉଥିଲେ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ତାଙ୍କ ପଛପଟେ ବସିଥିଲେ। ବାଇକ ମାଲିକ ପଙ୍କଜ ଅଗ୍ରୱାଲଙ୍କ ନାଁରେ ପୁଲିସ ୧୦୦୦ ଟଙ୍କା ଚାଲାଣ କାଟିଥଲେ। ବିଧାୟକ ସ୍ୱରୂପ କୁମାର ଦାସ ଏହି ଜରିମାନା ଟଙ୍କା ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031