Legatus

ହୋଲି ଖେଳ ହେଲା କାଳ, କେମିକାଲ୍ ରଙ୍ଗ ଖେଳି ୨୦ରୁ ଅଧିକ ଗୁରୁତର

 Breaking News

ହୋଲି ଖେଳ ହେଲା କାଳ, କେମିକାଲ୍ ରଙ୍ଗ ଖେଳି ୨୦ରୁ ଅଧିକ ଗୁରୁତର

ହୋଲି ଖେଳ ହେଲା କାଳ, କେମିକାଲ୍ ରଙ୍ଗ ଖେଳି ୨୦ରୁ ଅଧିକ ଗୁରୁତର
March 28
12:01 2024

ବଲାଙ୍ଗିର, ୨୮/୩ : ହୋଲିରେ କେମିକାଲ ମିଶା ରଙ୍ଗ ଖେଳି ୨୦ ଜଣ ଯୁବକ ଅସୁସ୍ଥ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଏହି ଘଟଣା ଘଟିଛି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଶୋକନଗର ଓ ଆନନ୍ଦ ନଗରରର ୨୦ ଜଣ ଯୁବକ ହୋଲି ଦିନ କେମିକାଲ ମିଶା ରଙ୍ଗ ଖେଳିଥିଲେ।
ଗତକାଲି ସନ୍ଧ୍ୟାବେଳେ ସେମାନଙ୍କ ଦେହସାରା ଫୋଟକା ପରି ଫଳିଯାଇଥିଲା। ଏହାସହ ସେମାନେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ସେମାନଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ରଙ୍ଗରେ କିଛି କେମିକାଲ ମିଶାଯିବା ଯୋଗୁ ଏଭଳି ଦେହରେ ଫୋଟକା ହୋଇଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଅସୁସ୍ଥ ଯୁବକଙ୍କ ପରିବାର ଲୋକଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31