Indus Valley Times

ହୋଲି ପାଇଁ ଆଲର୍ଟରେ କମିଶନରେଟ୍ ପୋଲିସ, ୩୧ ସ୍ଥାନରେ ଅମାନିଆକୁ ଜଗିବ ପୋଲିସ

 Breaking News

ହୋଲି ପାଇଁ ଆଲର୍ଟରେ କମିଶନରେଟ୍ ପୋଲିସ, ୩୧ ସ୍ଥାନରେ ଅମାନିଆକୁ ଜଗିବ ପୋଲିସ

ହୋଲି ପାଇଁ ଆଲର୍ଟରେ କମିଶନରେଟ୍ ପୋଲିସ, ୩୧ ସ୍ଥାନରେ ଅମାନିଆକୁ ଜଗିବ ପୋଲିସ
March 24
16:37 2024

ଭୁବନେଶ୍ବର, ୨୪/୩: ରଂଗର ପର୍ବ ‘ହୋଲି’କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ କେବଳ ରାଜରାସ୍ତା ନୁହେଁ, ବରଂ ଗାଧୁଆ ତୁଠ ଉପରେ ମଧ୍ୟ ନଜର ରଖିବ। ହୋଲି ପରବର୍ତ୍ତୀ ମୁହୂର୍ତ୍ତରେ ଦୁର୍ଘଟଣା ଏଡେଇବାକୁ ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି।
ଅମାନିଆଙ୍କୁ ଜଗିବା ପାଇଁ ୩୧ଟି ସ୍ଥାନରେ ପୁଲିସ ଓ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେବେ। ରାଜଧାନୀର ୪ଟି ଗାଧୁଆ ତୁଠରେ ପୁଲିସ ଜଗିବେ। ପିସିଆର ଭ୍ୟାନ ସହ ୧୭ଟି ମୋବାଇଲ ଭେଇକିଲରେ ପୂରା ସହର ଉପରେ କଡ଼ା ନଜର ରଖାଯିବ। ମଦ ପିଇ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ରୋଡ ରୋମିଓଙ୍କ ଉପରେ ମଧ୍ୟ ନଜର ରଖାଯିବ।
ସିସିଟିଭି ଫୁଟେଜକୁ କଡ଼ାକଡ଼ି ଭାବେ ଯାଂଚ କରାଯିବ। ରସାୟନିକ ରଙ୍ଗ ବିକ୍ରି ମନା ହୋଇଥିବାରୁ ଏହା ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ୍। ଜଣେ ଡିସିପିଙ୍କ ନେତୃତ୍ୱରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। କମର୍ସିଆଲ ପାର୍ଟି କରୁଥିଲେ ପୁଲିସକୁ ସମସ୍ତ ତଥ୍ୟ ଦେବା ବାଧ୍ୟତାମୂଳକ।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930