Indus Valley Times

ୟୁଟ୍ୟୁବ ଦେଖି ପ୍ରସ୍ତୁତ କରିଥିବା ମଦ ପିଇ ଗୁରୁତର ହେଲେ ୧୨ ବର୍ଷର ବାଳକ

 Breaking News

ୟୁଟ୍ୟୁବ ଦେଖି ପ୍ରସ୍ତୁତ କରିଥିବା ମଦ ପିଇ ଗୁରୁତର ହେଲେ ୧୨ ବର୍ଷର ବାଳକ

July 31
20:01 2022

ନୂଆଦିଲ୍ଲୀ, ୩୧/୭: ଘରେ ତିଆରି କରିଦେଲେ ମଦ । ବୟସ ମାତ୍ର ୧୨ । କିନ୍ତୁ ସୋସିଆଲ ମିଡିଆରେ ଭିଡିଓ ଦେଖି ଘରେ ମଦ କରିଦେଲେ ଛାତ୍ର ।
ନିଜ ସାଙ୍ଗମାନଙ୍କୁ ମଧ୍ୟ ପିଆଇଲେ । ଏପରି ଘଟଣା ସାମ୍ନାକୁ ଆସିଛି କେରଳର ଥିରୁଅନନ୍ତପୁରମରେ । ତେବେ ମଦ ପିଇଥିବା ସାଙ୍ଗମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।
ସୂଚନା ଅନୁସାରେ, ଏହି ଘଟଣା ଶୁକ୍ରବାର ଥିରୁଅନନ୍ତପୁରମର ଏକ ସ୍କୁଲରେ ଘଟିଥିଲା । ସ୍କୁଲର ଜଣେ ଛାତ୍ର ଘରେ ନିଜେ ମଦ ତିଆରି କରିଥିଲେ । ଏଥିପାଇଁ ସେ ଅଙ୍ଗୁରୁର ସାହାଯ୍ୟ ନେଇଥିଲେ । ବାପା-ମାଆ ଫ୍ରିଜରେ ଅଙ୍ଗୁରୁ ରଖିଥିଲେ ।
ଯାହା ଦେଖି ସେ ମତ ତିଆରି ପାଇଁ ବିଚାର କରିଥିଲେ । ତେବେ ସେ ଏଥିପାଇଁ ସ୍ପିରିଟ୍ କିମ୍ବା ଅନ୍ୟ କୌଣସି ଆଲକୋହଲ ଜାତୀୟ ଦ୍ରବ୍ୟର ଉପଯୋଗ କରିନଥିଲେ । ୟୁଟ୍ୟୁବ ଭିଡିଓ ଅନୁସାରେ ସେ ଅଙ୍ଗୁରୁରୁ ପ୍ରସ୍ତୁତ ମଦକୁ କିଛି ଦିନ ମାଟି ତଳେ ପୋତିଥିଲେ । ପ୍ରସ୍ତୁତ ହେଲା ପରେ ସାଙ୍ଗମାନଙ୍କୁ ପିଆଇଥିଲେ ।
ସାଙ୍ଗମାନଙ୍କୁ ପିଆଇବା ପରେ ସେମାନଙ୍କର ବାନ୍ଦି ହୋଇଥିଲା । ଏପରିକି ସେମାନେ ଅସୁସ୍ଥ ହୋଇଯାଇଥିଲେ । ଫଳରେ ପୁରା ଘଟଣା ଉପରୁ ପରଦା ହଟିଥିଲା ।
ପୋଲିସର କହିବାନୁସାରେ, ଛାତ୍ରର ମାଆ ଏ ବାବଦରେ ଅଳ୍ପକିଛି ଜାଣିଥିଲେ । ପୁଅ ମତ ତିଆରି ପାଇଁ ପ୍ରୟାସ କରୁଥିବା ତାଙ୍କୁ ଲାଗିଥିଲା ।
କିନ୍ତୁ ସେ ଏକଥାକୁ ଗୁରୁତର ସହ ନେଇନଥିଲେ । ପୋଲିସ ମଦର ନମୁନା ଯାଞ୍ଚ ପାଇଁ ପଠାଇଛି । ଯଦି ଯାଞ୍ଚରେ ମଦରେ ସ୍ପିରିଟ୍ କିମ୍ବା ଅନ୍ୟ କୌଣସି ଆଲକୋହଲ ଜାତୀୟ ଦ୍ରବ୍ୟ ମିଶାଯାଇଥିବା ରିପୋର୍ଟ ଆସେ ତେବେ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ସମସ୍ତ ଘଟଣା ବାବଦରେ ଛାତ୍ରଙ୍କ ମାଆ ପିତା ଓ ସ୍କୁଲ କର୍ତୃପକ୍ଷଙ୍କୁ ପୋଲିସ ଜଣାଇ ଦେଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031