Indus Valley Times

“ୟୁଥ୍ ଫର୍ ଆକ୍ସନ୍” ର କନ୍ଧମାଳ ଜିଲ୍ଲା ଟିମ୍ ଘୋଷଣା

 Breaking News

“ୟୁଥ୍ ଫର୍ ଆକ୍ସନ୍” ର କନ୍ଧମାଳ ଜିଲ୍ଲା ଟିମ୍ ଘୋଷଣା

December 03
20:13 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୩/୧୨: ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଗଢି ଉଠିଥିବା ଅଣରାଜନୈତିକ ସଂଗଠନ \”ୟୁଥ ଫର୍ ଆକ୍ସନ୍\” ବହୁ କମ୍ ଦିନ ମଧ୍ୟରେ ସମଗ୍ର ଓଡିଶା ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
ଏ ନେଇ ଶୁକ୍ରବାର ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲାର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ବ ରେ କନ୍ଧମାଳ ଜିଲ୍ଲାପାଇଁ ଏକ ୨୪ ଜଣିଆ ଟିମ୍ ଘୋଷଣା କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖଁ ଅତିଥି ଭାବରେ ୟୁଥ୍ ଫର୍ ଆକ୍ସନ୍ ରାଜ୍ୟ ସହ-ସଂଯୋଜକ ସୁଜିତ ସିଂ ଓ ପଶ୍ଚିମ ଓଡ଼ିଶା ଜୋନାଲ୍ ସାଧାରଣ ସମ୍ପାଦକ ସାର୍ଥକ ମୁନି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମସ୍ତ ନବନିଯୁକ୍ତ ସଦସ୍ୟ ମାନଙ୍କୁ ଉପଢୌକନ ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।
ଶ୍ରୀଯୁକ୍ତ ସିଂ ନିଜ ଅଭିଭାଷଣରେ କନ୍ଧମାଳ ରେ କିପରି ଯୁବ ନେତୃତ୍ବର ବିକାଶ ହେବା ସହ ଯୁବ ପିଢି କିପରି କର୍ମନିଯୁକ୍ତ ହୋଇପାରିବେ ସେ ଉପରେ ଆଲୋକପାତ କରିଥିଲେ।
ଆଗାମୀ ଦିନ ମାନଙ୍କରେ କିପରି ସଂଗଠନ ସୁଦୃଢ ହୋଇ ପ୍ରତି ଗ୍ରାମ ସ୍ତର ରେ କାମ କରିବ ତାହାକୁ ନେଇ ଅଂଶୁମାନ ପ୍ରିୟଦର୍ଶନ କନ୍ଧମାଳର ଯୁବକ ମାନଙ୍କୁ ଆହ୍ଵାନ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031