Indus Valley Times

ୟୁଥ୍ ଫର୍ ଆକ୍ସନ ଟିମ୍ ର ନୟାଗଡ଼ ଜିଲ୍ଲା ସଭାପତି ହେଲେ ପରମେଶ୍ୱର ସାହୁ

 Breaking News

ୟୁଥ୍ ଫର୍ ଆକ୍ସନ ଟିମ୍ ର ନୟାଗଡ଼ ଜିଲ୍ଲା ସଭାପତି ହେଲେ ପରମେଶ୍ୱର ସାହୁ

July 10
10:33 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦/୭ : ଓଡ଼ିଶା ପ୍ରଦେଶ ର ୟୁଥ୍ ଫର୍ ଆକ୍ସନର ରାଜ୍ୟ ଟିମ୍ ଏବଂ ରାଜ୍ୟ ର ସମସ୍ତ ଜିଲ୍ଲା ଟିମ୍ ଘୋଷଣା କରାଯାଇଛି। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ବରେ ରାଜ୍ୟ ରେ ଯୁବ ପ୍ରତିଭା ମାନଙ୍କୁ ସଙ୍ଗଠନର ଦାୟିତ୍ଵ ଦିଆଯାଇଛି। ନୟାଗଡ଼ ଜିଲ୍ଲା ର ସଭାପତି ଭାବେ ଯୁବ ଛାତ୍ର ନେତା ପରମେଶ୍ୱର ସାହୁଙ୍କୁ ଦାୟିତ୍ଵ ଦିଆଯାଇଛି। ଶ୍ରୀ ସାହୁ ପୂର୍ବରୁ ନୟାଗଡ଼ ଜିଲ୍ଲା ଏବିଭିପି ର ଜିଲ୍ଲା ସହ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ବିଭିନ୍ନ ସାମାଜିକ କ୍ଷେତ୍ରରେ ନୟାଗଡ଼ ଜିଲ୍ଲାର କିପରି ଉନ୍ନତି ହୋଇପାରିବ, ଲୋକ ଉନ୍ନତି କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନ କୁ କିପରି ମଜବୁତ କରିହେବ ସେ ସମ୍ପର୍କରେ ରାଜ୍ୟ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ। ନୟାଗଡ଼ ଜିଲ୍ଲା ରେ ଦଶହଜାର ସଭ୍ୟ ସଂଗ୍ରହ ର ଲକ୍ଷ ରଖିଥିବା ସଭାପତି ପରମେଶ୍ୱର ସାହୁ ଲକ୍ଷ ରଖିଥିବା ପ୍ରକାଶ କରିବା ସହ ତାଙ୍କ ଉପରେ ଏହି ଗୁରୁଦାୟିତ୍ଵ ଦେଇଥିବାରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ, ରାଜ୍ୟ ସଂଯୋଜକ ଦେବାଶିଷ ନାୟକ, ସହ ସଂଯୋଜକ ସୁଜିତ ସିଂ ଓ ଇଷ୍ଟନ ଜୋନ୍ ସଭାପତି ରାଜେନ୍ଦ୍ର ନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031