Indus Valley Times

ୟୁନିସେଫ୍ ତରଫରୁ ଦଣ୍ଡୋର ସ୍କୁଲ ପରିଦର୍ଶନ

 Breaking News

ୟୁନିସେଫ୍ ତରଫରୁ ଦଣ୍ଡୋର ସ୍କୁଲ ପରିଦର୍ଶନ

December 22
20:03 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୨/୧୨ : ନୟାଗଡ଼ ଜିଲ୍ଲାଓଡ଼ଗାଁ ବ୍ଲକ ୟୁନିସେଫ୍ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ସରକାର ତରଫରୁ ମିଳିତ ଭାବେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ଏବଂ ହରିଡାବନ୍ଧ ପଞ୍ଚାୟତକୁ \”ଶିଶୁମିତ୍ର\” ପଞ୍ଚାୟତ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି।
ଏ ଅବସରରେ ଆଜି ପରିସ୍ଥିତିର ଆକଳନ ପାଇଁ ୟୁନିସେଫର ପରାମର୍ଶଦାତା ଅଶୋକ କୁମାର ମହାପାତ୍ର ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡ଼ିଶା ସରକାରଙ୍କ ତରଫରୁ ପୂର୍ବତନ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷା ରଞ୍ଜୁବାଳା ନନ୍ଦ କୁରାଳ ପଞ୍ଚାୟତ ଗସ୍ତ କରି ପ୍ରାଥମିକ ଭାବେ ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ଗସ୍ତ କରିଥିଲେ। ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ ସମୟରେ ଏହାର ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ତଥା ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।
ଏହା ବ୍ୟତୀତ ଶିଶୁମିତ୍ର ପଞ୍ଚାୟତର ଆଭିମୁଖ୍ୟଗୁଡିକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ବିଦ୍ୟାଳୟର ପରିବେଶ,ପରିମଳ ବ୍ୟବସ୍ଥା, ଶୄଙ୍ଖଳା,ପାରିପାର୍ଶ୍ବିକ ପରିପାଟୀ, କୋଭିଡ୍ ଅନୁପାଳନ ତଥା ବିଦ୍ୟାଳୟ ଇକୋକ୍ଲବର ବିଭିନ୍ନ କାର୍ଯ୍ୟକ୍ରମକୁ ଦେଖି ଖୁସି ବ୍ୟକ୍ତ କରିଥିଲେ। ସର୍ବଶେଷରେ ଉକ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ବିଦ୍ୟାଳୟରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କାମନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031