Indus Valley Times

ୟୋ ୟୋ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲୀନ ତଲୱାର

 Breaking News

ୟୋ ୟୋ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲୀନ ତଲୱାର

August 04
10:54 2021

ମୁମ୍ବାଇ, ୪/୮: ବଲିଉଡର ପପ ସିଙ୍ଗର ୟୋ ୟୋ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଶାଲୀନ ତଲୱାର। ସେ ଘରୋଇ ହିଂସା ସହ ଯୌନ ଉତ୍ପୀଡ଼ନ, ମାନସିକ ଯନ୍ତ୍ରଣା ଓ ଆର୍ଥିକ ଠକେଇର ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମହିଳାଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବାକୁ ପ୍ରଦତ୍ତ ଆଇନ ଅନୁସାରେ ଶାଲୀନି ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ହନି ସିଂହଙ୍କ ବିରୋଧରେ ଗୋଟିଏ ମାମଲା ଦାୟର କରିଛନ୍ତି। ଆଜି ତିସ ହଜାରୀ କୋର୍ଟର ମେଟ୍ରୋ ପଲିଟାଣ୍ଟ ମାଜିଷ୍ଟ୍ରେଟ ତାନିଆ ସିଂହଙ୍କ ନିକଟରେ ଏହି ମାମଲା ରୁଜୁ ହୋଇଛି।
କୋର୍ଟରେ ଆଇନଜୀବୀ ସନ୍ଦୀପ କପୁର, ଅପୂର୍ବ ପାଣ୍ଡେ ଓ ଜିଜି କଶ୍ୟପ ହିଁ ଶାଲୀନିଙ୍କ ପକ୍ଷରୁ ମାମଲା ଲଢ଼ିବେ। କୋର୍ଟ ଆବେଦନକୁ ଗ୍ରହଣ କରି ହନି ସିଂହ ଓରଫ ହିରଦେଶ ସିଂହଙ୍କୁ ଅଗଷ୍ଟ ୨୮ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି।
ଏଥିସହ କୋର୍ଟ ଶାଲୀନିଙ୍କ ସପକ୍ଷରେ ଅନ୍ତରୀଣ ରାୟ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ହନି ସିଂହ ଯୁଗ୍ମ ମାଲିକାନାରେ ଥିବା କୌଣସି ସମ୍ପତ୍ତିରୁ ଶାଲୀନିଙ୍କୁ ବେଦଖଲ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୪ରେ ହନି ସିଂହ ଗୋଟିଏ ରିୟଲିଟି ଶୋ’ରେ ତାଙ୍କ ପତ୍ନୀ ଶାଲୀନିଙ୍କୁ ସର୍ବସମ୍ମୁଖକୁ ଆଣିଥିଲେ। ଏହାର ବହୁଦିନ ପୂର୍ବରୁ ସେ ବିବାହ କରିସାରିଥିଲେ।
ଏହି ଖବର ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ଏକାଧିକ ହିଟ୍ ଗୀତରେ କଣ୍ଠଦାନ କରିଥିବା ହନି ସିଂହ ବଲିଉଡରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031