Indus Valley Times

୧୦କେଜି ରାସନ ଚାଉଳ ପାଇଁ ନେଇ ମା’କୁ ହତ୍ୟା କଲା ସୈତାନ ପୁଅ

 Breaking News

୧୦କେଜି ରାସନ ଚାଉଳ ପାଇଁ ନେଇ ମା’କୁ ହତ୍ୟା କଲା ସୈତାନ ପୁଅ

୧୦କେଜି ରାସନ ଚାଉଳ ପାଇଁ ନେଇ ମା’କୁ ହତ୍ୟା କଲା ସୈତାନ ପୁଅ
January 24
16:59 2025

ବାରିପଦା,୨୪/୧ : ରାସନ ଚାଉଳ ଭାଗବଣ୍ଟାକୁ ନେଇ ନୃଶଂସ ପୁଅ ଏକ ଦାଆରେ ମା’ ବେକକୁ କାଟି ହତ୍ୟା କରିବା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ଶରତଚନ୍ଦ୍ରପୁର ୱାର୍ଡ ନଂ. ୭ରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଏହି ଘଟଣା ଘଟିଛି। ପରିବାର ଲୋକେ ଅଭିଯୁକ୍ତ ପୁଅ ରୋହିଦାସ ସିଂଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁଯାୟୀ, ରୋହିଦାସଙ୍କ ମା’ ରଇବାରୀ ସିଂ(୬୫)ପାଇଥିବା ଚାଉଳକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୋହିଦାସ ଏକ ଦାଆରେ ତାଙ୍କ ମା’ଙ୍କ ବେକକୁ କାଟିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତା ରଇବାରୀଙ୍କ ସାନପୁଅ ଲକ୍ଷ୍ମୀକାନ୍ତ ମଧ୍ୟାହ୍ନ ୧୨ଟାରେ କାମରୁ ଫେରି ପ୍ରଧାନମନ୍ତ୍ରୀ ଆବାସ ଘରେ ରହୁଥିବା ମା’ଙ୍କୁ ଦେଖିବାକୁ ଯାଇଥିଲେ। ସେଠାରେ ମୃତଦେହ ପଡ଼ିଥିବା ଦେଖି ବଡ଼ଭାଇ ରୋହିଦାସଙ୍କୁ ପଚରାଉଚୁରା କରିଥିଲେ। ଚାଉଳ ଭାଗବଣ୍ଟାକୁ ନେଇ ମା’ଙ୍କୁ ହତ୍ୟା କରିଥିବା ରୋହିଦାସ ସ୍ବୀକାର କରିବା ସହ ସେହି ଦାଆରେ ନିଜ ବେକକୁ କାଟି ଆମତ୍ହତ୍ୟା ଉଦ୍ୟମ କରିଥିବା ଲକ୍ଷ୍ମୀକାନ୍ତ ଏତଲାରେ ଦର୍ଶାଇଛନ୍ତି। ଖବରପାଇ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପହଞ୍ଚତ୍ ତଦନ୍ତ ଜାରି ରଖିଛି। ଏନେଇ ଥାନାରେ ଏକ ମାମଲା (ନଂ.୨୯/୨୫) ରୁଜୁ ହୋଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031