Indus Valley Times

୧୦ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

 Breaking News

୧୦ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

୧୦ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
May 09
09:04 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୯/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଦାଲତ ପରିସରରେ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଚଳିତ ମାସ ୧୦ ତାରିଖ ଶନିବାର ଦିନ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଠିତ ହେବ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଫୌଜଦାରି (ସାଲିସ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ରଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡପତ୍ର ବ୍ୟତିତ) ଜମି ଅଧୂଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଅବସର କାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦି ର ଆପୋଷ ସ‌ହମତିରେ ସମାଧାନ କରାଯାଇପାରିବ।
କେବଳ ବିଚାରଧିନ ମକଦ୍ଦମା ନୁହେଁ, ପ୍ରାକ-ମକଦ୍ଦମା ସ୍ତରୀୟ (କଚେରୀରେ ଦାଏର ହୋଇନଥିବା) ଚେକ ବାଉନ୍ସ ମାମଲା , ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ଭରଣପୋଷଣ ବିବାଦ, ଅନ୍ୟାନ୍ୟ ସାଲିସଯୋଗ୍ୟ ଫୌଜଦାରି ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ।
ଲୋକ ଅଦାଲତରେ ମକଦ୍ଦମା/ବିବାଦର ସମାଧାନ ଲାଗି କୌଣସି ଆର୍ଥିକ ଖର୍ଚ୍ଚ ପଡେନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୁଡାନ୍ତ ଏବଂ ଅମଳଯୋଗ୍ୟ। ଯଦି କୌଣସି ବେ ବିଚାରଧୀନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ।
ଆଗରୁ ପଇଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ। ଦୀର୍ଘଦିନ ଧରି ଚାଲୁ ରହିଥ‌ିବା ମକଦ୍ଦମାର ସହଜ ସମାଧାନ ଲାଗି ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ଲାଗି ଏହି ସୁଯୋଗର ସଦୁପଯୋଗ କରିବା ସହ ସବିଶେଷ ବିବରଣୀ ତ‌ଥା ଏହି ବିଷୟରେ ଅଧିକ ଜାଣିବା ଲାଗି ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଜିଲ୍ଲା ଆଇନସେବା ପ୍ରାଧିକରଣ ବା ତାଲୁକ ଆଇନସେବା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
ଏଟିଏମ୍ କାର୍ଡ ଓ ମୋବାଇଲ ଚୋର ଗିରଫ
ବାଲିଗୁଡା, ୯/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୋଲିସ୍ ଏକ ଏଟିଏମ୍ କାର୍ଡ ଓ ମୋବାଇଲ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି।
କ.ନୂଆଗାଁ ପୋଲିସ ଅଧିକାରୀଙ୍କ ନିକଟରେ କଞ୍ଜାମେଣ୍ଡିର ମହେଶ୍ବର ପ୍ରଧାନଙ୍କ ପୁଅ ସନ୍ତୋଷ ପ୍ରଧାନ ଏକ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ବାପାଙ୍କ ଠାରୁ ବିଭିନ୍ନ ପ୍ରଲୋଭନ ଦେଖାଇ ସିର୍ତ୍ତିଗୁଡା ର ବୈଲ ଦଣ୍ଡିଆର ପୁଅ ରମେଶ ଦଣ୍ଡିଆ (ବୟସ ୩୩) ଗୋଟିଏ ମୋବାଇଲ ଓ ଏଟିଏମ୍ କାର୍ଡ ସହିତ ସିକ୍ରେଟ କୋର୍ଡ ନେଇ ଯାଇଥିଲା।
ନେବା ପରେ ଏଟିଏମ୍ କାର୍ଡ ବ୍ୟବହାର କରି ସନ୍ତୋଷ ପ୍ରଧାନଙ୍କ ଏକାଉଣ୍ଟ ରୁ ୨୨୪୦୦ ଟଙ୍କା ଉଠାଣ କରିଥିଲା।
ଏନେଇ ଥାନାରେ ଅଭିଯୋଗ ପରେ ଉକ୍ତ ମାମଲାକୁ ଏସଆଇ ଅଶୋକ କୁମାର ତ୍ରିପାଠୀ ତଦନ୍ତ କରି ଥାନା କେସ ନଂ ୮୦/୨୫ ଧାରା ୩୦୩ (୨), ୩୦୫,୩୦୯ (୪) ବିଏନଏସ ନିୟମ ଋଜୁ କରିଥିଲେ। ପୋଲିସ ତଦନ୍ତ କରି ଆସାମୀ ରମେଶ ଦଣ୍ଡିଆକୁ ଗିରଫ କରିବା ସହିତ ମୋବାଇଲ ଓ ନଗଦ ୧୭୫୦୦ ଟଙ୍କା ଜବତ କରି କୋର୍ଟକୁ ପଠାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031