Indus Valley Times

୧୦ ଘଣ୍ଟା ପରେ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା

 Breaking News

୧୦ ଘଣ୍ଟା ପରେ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା

December 23
18:03 2024

ଭୁବନେଶ୍ଵର, ୨୩/୧୨ : ରାଜଧାନୀ ଭୁବନେଶ୍ଵରର ମୈତ୍ରୀ ବିହାର ଥାନା ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ ।
ଦଯୁବତୀଙ୍କୁ ବରମୁଣ୍ଡା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର ଯୁବତୀଙ୍କୁ ଏବେ ମୈତ୍ରୀ ବିହାର ଥାନାରେ ପଚରାଉଚରା କରାଯାଉଛି ।
ନିଳାଦ୍ରୀ ବିହାର ଅଞ୍ଚଳର ଆଶିଷ ସିଂହ ଗତକାଲି ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଲୁମ୍ବିନି ବିହାର ଅଞ୍ଚଳରେ ଏକ ଦୁଇ ଚକିଆ ଗାଡ଼ିରେ ଯାଉଥିଲେ ।
ଉତ୍କଳ ହସ୍ପିଟାଲରୁ ଜାଭିୟର ରୋଡରେ ଯାଉଥିବାବେଳେ ୪ ଜଣ ଦୁର୍ବୃତ୍ତ ଏକ ଧଳା ସୁଇପ୍ଟ ଗାଡ଼ିରେ ଆସିଥିଲେ । ଆଶିଷ ସିଂହଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଏହା ପରେ ତାଙ୍କ ବାନ୍ଧବୀଙ୍କୁ ଅପହରଣ କରି ନେଇ ଫେରାର ହୋଇଯାଇଥିଲେ ।
ଅପହରଣକାରୀଙ୍କ ଆକ୍ରମଣରେ ଯୁବକ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ ହୋଇଛି । ଯୁବକ ଜଣକ ଅପହରଣକାରୀଙ୍କୁ ଚିହ୍ନି ନ ଥିବା କହିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031