Indus Valley Times

୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ

 Breaking News

୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ

January 02
10:16 2022

ଯାଜପୁର ୨/୧: ଭଡ଼ାଘରୁ ମିଳିଲା ପୁଳାପୁଳା ଜାଲ୍ ନୋଟ୍ । ଯାହାର ମୂଲ୍ୟ ପ୍ରାୟ ୧୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ଯାଜପୁର ଜିଲ୍ଲା ସନ୍ତ ମାଧବ ନିକଟର ଏକ ଭଡ଼ା ଘରୁ ମିଳିଛି ଏତେ ପରିମାଣର ଟଙ୍କା । ଟାଉନ୍ ଥାନା ପୋଲିସ ଟଙ୍କା ସବୁକୁ ଜବତ କରି ଛାନ୍ଭିନ୍ ଆରମ୍ଭ କରିଛି ।
ସେହିପରି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଟାଉନ୍ ଥାନା ପୋଲିସ ଗିରଫ କରିଥିବା ମଧ୍ୟ ସୂଚନା ମିଳିଛି । ଗିରଫ ବ୍ୟକ୍ତିର ଘର ଯାଜପୁର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଏତେ ପରିମାଣର ଜାଲ୍ ନୋଟ୍ ଏଠାକୁ ଆସିଲା କିପରି ? ଆଣିଲା କିଏ ? ଏଥିରେ ଆଉ କିଏ ସଂପୃକ୍ତି ? ସେନେଇ ମଧ୍ୟ ଛାନ୍ଭିନ୍ କରୁଛି ଟାଉନ୍ ଥାନା ପୋଲିସ ।
ତେବେ ଘଟଣାସଂପର୍କରେ ସମସ୍ତ ତଥ୍ୟ ପ୍ରେସ୍ମିଟ୍ ଜରିଆରେ ଏସ୍ପି ଦେବେ ବୋଲି ସୂଚନା ରହିଛି । ଆଗକୁ ପଞ୍ଚାୟତ ନିର୍ବାଚନ ମଧ୍ୟ ଅଛି । ତାପୂର୍ବରୁ ଏତେ ପରିମାଣର ନକଲି ନୋଟ ଜବତ ହେବା । ପୋଲିସ ପାଇଁ ଏକ ସଫଳତା ବୋଲି ଆଶା କରାଯାଉଛି ।
କିନ୍ତୁ ଜବତ ହୋଇଥିବା ଟଙ୍କାର ଉତ୍ସ ସଂପର୍କରେ ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ଏସ୍ପିଙ୍କ ପ୍ରେସ୍ମିଟ୍ ପରେ ସମସ୍ତ ରହସ୍ୟ ଉପରୁ ପରଦା ହଟିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031