Indus Valley Times

୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ, ୭୦ ପ୍ରତିଶତ ସିଲାବସରୁ ହେବ ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା

 Breaking News

୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ, ୭୦ ପ୍ରତିଶତ ସିଲାବସରୁ ହେବ ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା

July 02
16:19 2021

ଭୁବନେଶ୍ୱର, ୨/୭ : ୭୦ ପ୍ରତିଶତ ସିଲାବସରୁ ହେବ ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ୩୦% ସିଲାବସ୍ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଜୁଲାଇ ୩୦ ତାରିଖରୁ ଅଫ୍‌ଲାଇନ୍ ରେ ପରୀକ୍ଷା ଦେଇପାରିବେ। ଏଥିପାଇଁ ଜୁଲାଇ ୫ ତାରିଖରୁ ଫର୍ମଫିଲପ୍ ଆରମ୍ଭ ହେବ ଓ ଏହା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ। ଯୁକ୍ତ ଦୁଇରେ ନାମଲେଖା ପାଇଁ ସେହି ଛାତ୍ରଛାତ୍ରୀଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଯେଉଁ ଛାତ୍ରଛାତ୍ରୀ ରେଜଲ୍ଟ ନେଇ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଅଫ୍‌ଲାଇନ୍ ରେ ପରୀକ୍ଷା ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫି’ ଛାଡ଼ କରାଯାଇଛି। ମହାମାରୀ କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ହୋଇନଥିଲା। ସେଥିପାଇଁ ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031