Indus Valley Times

୧୬ ଲକ୍ଷ ଟଙ୍କାର ୭୮୦୦ କଫ୍ ସିରପ ବୋତଲ ଜବତ, ୩ ମାଫିଆ ଗିରଫ

 Breaking News

୧୬ ଲକ୍ଷ ଟଙ୍କାର ୭୮୦୦ କଫ୍ ସିରପ ବୋତଲ ଜବତ, ୩ ମାଫିଆ ଗିରଫ

୧୬ ଲକ୍ଷ ଟଙ୍କାର ୭୮୦୦ କଫ୍ ସିରପ ବୋତଲ ଜବତ, ୩ ମାଫିଆ ଗିରଫ
August 26
19:11 2023

ବରଗଡ଼,୨୬/୮ : ବରଗଡ଼ ପୁଲିସ୍ ୮,୩୮୦ ବୋତଲ କଫ ସିରଫ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ବରଗଡ଼ ଏସ୍ପି ପ୍ରହ୍ଲାଦ ସହାୟ ମୀନା ଏହି ସୂଚନା ଦେଇଛନ୍ତି।
ଗିରଫ ୩ ଅଭିଯୁକ୍ତ ହେଉଛନ୍ତି, କଟକ ଜିଲ୍ଲା ଚୌଦ୍ୱାର ଥାନା ଚାରବାଟିଆର ସିଦ୍ଧାନ୍ତ କୁମାର ନାୟକ, କଟକ ସହରର ପୂର୍ଣ୍ଣଚନ୍ଦ୍ର ବେହେରା ଓ ବରଗଡ଼ର ଗଙ୍ଗାଧର ନଗରର ଲକ୍ଷ୍ମୀଧର ବେହେରା।
ଏସ୍ପିଙ୍କ ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୭,୮୦୦ ବୋତଲ କଫ ସିରପ ଜବତ କରାଯାଇଥିଲା ଏବଂ ୫୮ ଜଣଙ୍କୁ ଗିରଫ କରାଯାଇଥିଲା।
ସେହି ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ବେଳେ ଏହି କଫ ସିରପ ବେପାର ଚେର କଟକକୁ ଲମ୍ବି ଥିବା ଜଣାପଡ଼ିଥିଲା। କଟକରେ ଏକ ଗୋଦାମରେ କଫ ସିରପ ଗଚ୍ଛିତ ହୋଇ ରହୁଥିବା ଓ ସେଠାରୁ ବିଭିନ୍ନ ଜିଲ୍ଲାକୁ ଯୋଗାଣ ହେଉଥିବା ଜଣାପଡ଼ିଥିଲା। ତା’ପରେ ବରଗଡ଼ ପୁଲିସ୍ର ଏକ ଟିମ୍ କଟକ ଯାଇ ଉକ୍ତ ଗୋଦାମରେ ଚଢ଼ାଉ କରିଥିଲେ। ସେଠାରୁ ୮,୩୮୦ ବୋତଲ କଫ ସିରପ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିଥିଲା ପୁଲିସ୍।
ଏହି ସବୁ କଫ ସିରପ ଦିଲ୍ଲୀର ଏକ କମ୍ପାନୀରୁ ଆସୁଥିବା ବେଳେ ଉକ୍ତ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟକୁ ପୁଲିସ ଫ୍ରିଜ୍ କରିଛି। ଉକ୍ତ ଆକାଉଣ୍ଟରେ ୩୧ ଲକ୍ଷ ୯୨ ହଜାର ୫୮୨ ଟଙ୍କ ଅଛି। ବରଗଡ଼ ପୁଲିସ୍ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେ ସଂପର୍କରେ ଜାଣିବାକୁ ଖୋଳତାଡ଼ କରାଯାଉଥିବା ଏସ୍ପି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031