Legatus

୧୭ଦିନ ପରେ ୪୦ ତଳକୁ ଖସିଲା ରାଜଧାନୀ ତାତି, ଗୁରୁବାର ୩୯ ଡିଗ୍ରୀ ସେଲସିୟସ ରେକର୍ଡ

 Breaking News

୧୭ଦିନ ପରେ ୪୦ ତଳକୁ ଖସିଲା ରାଜଧାନୀ ତାତି, ଗୁରୁବାର ୩୯ ଡିଗ୍ରୀ ସେଲସିୟସ ରେକର୍ଡ

୧୭ଦିନ ପରେ ୪୦ ତଳକୁ ଖସିଲା ରାଜଧାନୀ ତାତି, ଗୁରୁବାର ୩୯ ଡିଗ୍ରୀ ସେଲସିୟସ ରେକର୍ଡ
May 02
17:13 2024

ଭୁବନେଶ୍ବର,୨/୫: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ଥିବା ବେଳେ ପାଗରେ ପରିବର୍ତ୍ତନ ହେତୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।
କିନ୍ତୁ ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିପାରି ନାହିଁ। ଝାରସୁଗୁଡ଼ାରେ ଆଜି ଦିନ ୨ଟା ୩୦ରେ ସର୍ବାଧିକ ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ ହୋଇଛି।
ରାଜଧାନୀ ଭୁବନେଶ୍ବରର ତାପମାତ୍ରା ହ୍ରାସ ପାଇଛି। ୧୭ ଦିନ ପରେ ୪୦ ଡ଼ିଗ୍ରି ତଳକୁ ଖସିଛି ରାଜଧାନୀ ତାତି। ୧୯୬୯ ମସିହା ଠାରୁ ଆଜି ମଧ୍ୟରେ ଏପ୍ରିଲ ମାସରେ ପ୍ରଥମ ଥର ପାଇଁ ଲଗାତାର ୧୬ ଦିନ ଧରି ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଆଜି ଦୀର୍ଘ ୧୭ଦିନର ଅବଧି ପରେ ଏପ୍ରିଲ ୧୫ରୁ ମେ’ ୧ ତାରିଖ ପରେ ରାଜ୍ୟରେ ୪୦ ଡିଗ୍ରି ତଳକୁ ଖସିଛି ରାଜଧାନୀ ତାପମାତ୍ରା। ଆଜି ୧୮ତମ ଦିନରେ ୩୯ ଡିଗ୍ରି ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31