Indus Valley Times

୧୮୮ ରନରେ ବାଂଲାଦେଶକୁ ହରାଇଲା ଭାରତ

 Breaking News

୧୮୮ ରନରେ ବାଂଲାଦେଶକୁ ହରାଇଲା ଭାରତ

December 18
11:56 2022

ଚଟ୍ଟଗ୍ରାମ,୧୮/୧୨: ବାଂଲାଦେଶର ଚଟ୍ଟଗ୍ରାମସ୍ଥିତ ‘ଜହୁର୍ ଅହମଦ୍ ଚୌଧୁରୀ’ ଷ୍ଟାଡିୟମ୍ରେ ଆୟୋଜିତ ଦୁଇ-ମ୍ୟାଚ୍ ସିରିଜ୍ର ପ୍ରଥମ ଟେଷ୍ଟ୍ ମ୍ୟାଚ୍ର ୫ମ ଦିନରେ ଆଜି ବାଂଲାଦେଶକୁ ୩୨୪ ରନ୍ରେ ଆଉଟ୍ କରି ଭାରତ ୧୮୮ ରନ୍ରେ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ରହିଛି।
ଆଜି ସକାଳ ଓଳି ଖେଳରେ ୧୧.୨ ଓଭର୍ ଖେଳି ବାଂଲାଦେଶ ୫୨ ରନ୍ ସଂଗ୍ରହ କରି ୪ ୱିକେଟ୍ ହରାଇଛି। ଗତକାଲି ଏହି ମ୍ୟାଚ୍ର ୪ର୍ଥ ଦିନରେ ଦ୍ବିତୀୟ ଇନିଙ୍ଗ୍ସ୍ ଖେଳୁଥିବା ବାଂଲାଦେଶ ୬ ୱିକେଟ୍ ବିନିମୟରେ ୨୭୨ ରନ୍ ସଂଗ୍ରହ କରିଥିଲା।
ଇୟସୂଚନାଯୋଗ୍ୟ, ଏହି ପ୍ରଥମ ଟେଷ୍ଟ୍ ମ୍ୟାଚ୍ର ଦ୍ବିତୀୟ ଇନିଙ୍ଗ୍ସ୍ରେ ୫୧୩ ରନ୍ ସଂଗ୍ରହ କରି ଭାରତ ପାଳି ଘୋଷଣା କରିଥିଲା।
ଏହି ସିରିଜ୍ର ପ୍ରଥମ ଟେଷ୍ଟ୍ ମ୍ୟାଚ୍ରେ ଭାରତ ପ୍ରଥମ ଇନିଙ୍ଗ୍ସ୍ରେ ୪୦୪ ଓ ଦ୍ବିତୀୟ ଇନିଙ୍ଗ୍ସ୍ରେ ୨୫୮ ରନ୍ ସଂଗ୍ରହ କରିଛି। ସେହିପରି, ବାଂଲାଦେଶ ପ୍ରଥମ ଇନିଙ୍ଗ୍ସ୍ରେ ୧୫୦ ଓ ଦ୍ବିତୀୟ ଇନିଙ୍ଗ୍ସ୍ରେ ୩୨୪ ରନ୍ କରିଛି।
ଦ୍ବିତୀୟ ଇନିଙ୍ଗ୍ସ୍ରେ ଭାରତୀୟ ବୋଲର୍ ଅକ୍ଷର ପଟେଲ୍ ୪ ୱିକେଟ୍ ଓ କୁଳଦୀପ ଯାଦବ ୩ ୱିକେଟ୍ ନେଇଛନ୍ତି। ସେହିପରି, ଖେଳର ୪ର୍ଥ ଦିନରେ ବାଂଲାଦେଶର ଜାକିର୍ ହସନ୍ ଶତକ ହାସଲ୍ କରି ଶ୍ରେଷ୍ଠ ରନ୍ ସଂଗ୍ରାହକ ହୋଇଛନ୍ତି।
ଏହି ସିରିଜ୍ର ଦ୍ବିତୀୟ ଟେଷ୍ଟ୍ ମ୍ୟାଚ୍ ଡିସେମ୍ବର ୨୨ ତାରିଖ ଦିନ ମିର୍ପୁରରେ ଆରମ୍ଭ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031