Indus Valley Times

୧୯୮୮ ମେଟ୍ରିକ ଵ୍ୟାଚ ଛାତ୍ର ଛାତ୍ରୀଙ୍କ ଗୁରୁପୁଜନ ବା ଗୁରୁବେ ନମଃ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

୧୯୮୮ ମେଟ୍ରିକ ଵ୍ୟାଚ ଛାତ୍ର ଛାତ୍ରୀଙ୍କ ଗୁରୁପୁଜନ ବା ଗୁରୁବେ ନମଃ କାର୍ଯ୍ୟକ୍ରମ ଅନୁଷ୍ଠିତ

୧୯୮୮ ମେଟ୍ରିକ ଵ୍ୟାଚ ଛାତ୍ର ଛାତ୍ରୀଙ୍କ ଗୁରୁପୁଜନ ବା ଗୁରୁବେ ନମଃ କାର୍ଯ୍ୟକ୍ରମ ଅନୁଷ୍ଠିତ
January 07
20:32 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୂଆଗାଁ,୭/୧/: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତ ର ବାହାଡ଼ାଝୋଲା ଉଚ୍ଚ ବିଦ୍ୟାଳୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ର ୧୯୮୮ ମସିହା ମେଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ଙ୍କ ଏକ ନିଆରା ପ୍ରୟାସ ଗୁରୁ ପୂଜନ ବା ଗୁରୁ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବାହାଡ଼ାଝୋଲା ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଗୁରୁ ପୂଜନ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଉପୋରକ୍ତ ଉଭୟ ବିଦ୍ୟାଳୟରେ ୧୯୮୮ ମେଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ ମାନେ ଧୂପ ,ଦୀପ, ଫୁଲ ଚନ୍ଦନ ଦେଇ,ଖୋଳ କୀର୍ତ୍ତନ କରି ସଭାମଞ୍ଚ କୁ ପାଛୋଟି ନେଇଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପଦ ଧୌତ କରି ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ଵାଗତ ସମର୍ଦ୍ଧନା କରାଯାଇଥିଲା।
କାର‌୍ୟ୍ୟକ୍ରମରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପୋରକ୍ତ ବିଦ୍ୟାଳୟରେ ବିଗତ ଦିନର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିବା ସହ, ପରଷ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିବା ବେଳେ, ଏକ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଅନୁଷ୍ଠିତ ଏହି ଗୁରୁପୂଜନ ଉତ୍ସବ ରେ ଉଭୟ ଉଚ୍ଚ ବିଦ୍ୟାଳୟ ର ୧୯୮୮ ମେଟ୍ରିକ ବ୍ୟାଚ ର ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ବିଷୟ ରେ ଶିକ୍ଷା ଦାନ କରିଥିବା ବାହାଡ଼ାଝୋଲା ଉଚ୍ଚ ବିଦ୍ୟାଳୟ ର ତତ୍କାଳୀନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପୀନାଥ ସାହୁ, ଅକ୍ଷୟ କୁମାର ଅତିବୁଦ୍ଧି,କାର୍ତ୍ତ୍ତିକେଶ୍ୱର ସୁବୁଦ୍ଧି,ସତ୍ୟନାରାୟଣ ତ୍ରିପାଠୀ,ଭଗବାନ ବେହେରା,ଶ୍ରୀଯୁକ୍ତ ବିପିନ ବିହାରୀ ପଟ୍ଟନାୟକ,ପ୍ରହଲ୍ଲାଦ ସାହୁ ଙ୍କ ସମେତ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମନୋଜମଞ୍ଜରି ସାହୁ,ଶ୍ରୀମତୀ ପ୍ରଭାସିନୀ ସାହୁ,ସସ୍ମିତା ସାହୁ,ଖେଳ ଶିକ୍ଷୟତ୍ରୀ ଶ୍ରୀମତୀ ସୁଷମା ପ୍ରମୁଖ ଯୋଗଦେଇଥିଲେ।
ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।
ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଉପୋରକ୍ତ ବିଦ୍ୟାଳୟ ଦ୍ବୟ ର ପୁରାତନ ଛାତ୍ର ଛାତ୍ରୀ ଓ ଦମ୍ପତି ଙ୍କ ଦ୍ଵାରା ଆୟୋଜିତ ଏହି ଗୁରୁ ପୂଜନ କାର୍ଯ୍ୟକ୍ରମ କୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।
୧୯୮୮ ମେଟ୍ରିକ୍ ବ୍ୟାଚ୍ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବାହାଡ଼ାଝୋଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ ସମସ୍ତ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930