Indus Valley Times

୧୯ ଓ ୨୦ ଦୁଇଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ଛୁଟି ଘୋଷଣା : ରାଜ୍ୟ ସରକାର

 Breaking News

୧୯ ଓ ୨୦ ଦୁଇଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ଛୁଟି ଘୋଷଣା : ରାଜ୍ୟ ସରକାର

୧୯ ଓ ୨୦ ଦୁଇଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ଛୁଟି ଘୋଷଣା : ରାଜ୍ୟ ସରକାର
October 19
10:26 2021

ଭୁବନେଶ୍ୱର, ୧୯/୧୦: ରାଜ୍ୟ ସରକାର ଆସନ୍ତା ୧୯ ଓ ୨୦ ତାରିଖ ଦୁଇଦିନ ଧରି ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍ ପ୍ରତିଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଇଦ୍ ମିଲାଦ୍ ଓ ଗଜଲକ୍ଷ୍ମୀ ପୂଜା ପାଇଁ ଏହି ଛୁଟି ଘୋଷଣା ହୋଇଛି ।
ଏହି ଦୁଇ ଦିନ ରାଜ୍ୟରେ ସରକାରୀ ଛୁଟି ଘୋଷଣା ହୋଇ ଥିବାବେଳେ ବ୍ୟାଙ୍କ୍ ଓ ବ୍ୟାଙ୍କିଙ୍ଗ୍ କାରବାର କରୁଥିବା ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
କେନ୍ଦ୍ରୀୟ ଆଇନ ୧୮୮୧ର ଧାରା ୨୫ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି । ୧୯ ତାରିଖ ଇଦ୍-ମିଲାଦ ଏବଂ ୨୦ ତାରିଖ ଗଜଲକ୍ଷ୍ମୀ ପୂଜା ପାଇଁ ଏହି ସାର୍ବଜନୀନ ଛୁଟି ଘୋଷଣା ହୋଇଥିବା ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031