Indus Valley Times

୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ମାର୍ଚ୍ଚ ସୁଦ୍ଧା ଘରକୁ ଘର ବୁଲି ସର୍ଭେ କରି ଭୋଟର ତାଲିକା ସଂଶୋଧନ

 Breaking News

୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ମାର୍ଚ୍ଚ ସୁଦ୍ଧା ଘରକୁ ଘର ବୁଲି ସର୍ଭେ କରି ଭୋଟର ତାଲିକା ସଂଶୋଧନ

୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ମାର୍ଚ୍ଚ ସୁଦ୍ଧା ଘରକୁ ଘର ବୁଲି ସର୍ଭେ କରି ଭୋଟର ତାଲିକା ସଂଶୋଧନ
January 17
19:44 2026

ଭୁବନେଶ୍ୱର, ୧୭/୧: ଆସନ୍ତା ବର୍ଷ ଅଥାର୍ତ ୨୦୨୭ ମସିହା ଜାନୁଆରୀ, ଫେବ୍ରୁଆରୀ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂଆ ନିର୍ବାଚନ ହେବ। ସେହି ନିର୍ବାଚନ ପାଇଁ ଶନିବାର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ସେ କହିଛନ୍ତି।
ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ମୁତାବିକ, ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ଭୋଟର ସର୍ଭେ ହେବ। ଏଥିଏପିଂ ଆସନ୍ତା ମାର୍ଚ୍ଚ ସୁଦ୍ଧା ଭୋଟର ସର୍ଭେ ସରିବ ବୋଲି ସେ କହିଛନ୍ତି।
ତେବେ ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର ସର୍ଭେ। ଝଓଜ ସହ ଏହି ସର୍ଭେର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। ଆବଶ୍ୟକସ୍ଥଳେ ବୁଥ୍ ପୁନର୍ଗଠନ ହୋଇପାରେ। ଭୋଟରଙ୍କ ନିକଟରେ ହିଁ ବୁଥ୍ ବ୍ୟବସ୍ଥା କରିବା ପ୍ରାଥମିକ ଲକ୍ଷ୍ୟ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031