Indus Valley Times

୨୩ ରିପୋର୍ଟ ଚାପିଛନ୍ତି ବିଜେଡି ସରକାର, ଆଇନମନ୍ତ୍ରୀ କହିଲେ ଆମେ ସେମିତି

 Breaking News

୨୩ ରିପୋର୍ଟ ଚାପିଛନ୍ତି ବିଜେଡି ସରକାର, ଆଇନମନ୍ତ୍ରୀ କହିଲେ ଆମେ ସେମିତି

୨୩ ରିପୋର୍ଟ ଚାପିଛନ୍ତି ବିଜେଡି ସରକାର, ଆଇନମନ୍ତ୍ରୀ କହିଲେ ଆମେ ସେମିତି
September 03
20:10 2025

ଭୁବନେଶ୍ଵର, ୩/୯: ରଥଯାତ୍ରା ଦଳାଚକଟା ରିପୋର୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ। ଖୁବ୍ ଶୀଘ୍ର ଏହି ରିପୋର୍ଟ ପ୍ରକାଶ କରାଯିବ।
ଉନ୍ନୟନ କମିସନର ଅନୁଗର୍ଗ ଏନେଇ ରିପୋର୍ଟ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପଦକ୍ଷେପ ନେବେ । ପୂର୍ବ ସରକାରରେ ୨୩ଟି ରିପୋର୍ଟ ଚାପିଥିଲେ । ଆମେ ସେହି ଧାରାରେ ଯିବୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ଏହା ସହିତ ଧାଡ଼ି ଦର୍ଶନ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡି ଦର୍ଶନ। ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏନେଇ ଆଲୋଚନା ହୋଇଛି । ଏ ନେଇ ପରିଚାଳନା କମିଟି ସରକାରଙ୍କୁ ପ୍ରସ୍ତାବ ଦେବେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ହୁଣ୍ଡି ସ୍ଥାନାନ୍ତର ହେବ ।
ସେପ୍ଟେମ୍ବର ୧୫ ସୁଦ୍ଧା ସବୁ ପ୍ରକ୍ରିୟା ସାରି ଧାଡି ଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031