Indus Valley Times

୨୪ ଘଣ୍ଟାରେ ଓଡ଼ିଶାରେ ୧୦,୨୭୩ କରୋନା ପଜିଟିଭ ଚିହ୍ନଟ, ଖୋଦ୍ଧାରୁ ସର୍ବାଧିକ ୩୪୯୬ ଜଣ

 Breaking News

୨୪ ଘଣ୍ଟାରେ ଓଡ଼ିଶାରେ ୧୦,୨୭୩ କରୋନା ପଜିଟିଭ ଚିହ୍ନଟ, ଖୋଦ୍ଧାରୁ ସର୍ବାଧିକ ୩୪୯୬ ଜଣ

୨୪ ଘଣ୍ଟାରେ ଓଡ଼ିଶାରେ ୧୦,୨୭୩ କରୋନା ପଜିଟିଭ ଚିହ୍ନଟ, ଖୋଦ୍ଧାରୁ ସର୍ବାଧିକ ୩୪୯୬ ଜଣ
January 14
10:35 2022

ଭୁବନେଶ୍ବର, ୧୪/୧: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୨୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୯୬୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୬୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି।
ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୯୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୫ ଜଣ, ବାଲେଶ୍ୱରରୁ ୪୫୭ ଜଣ, ବରଗଡ଼ରୁ ୧୦୨ ଜଣ, ଭଦ୍ରକରୁ ୧୦୨ ଜଣ, ବଲାଙ୍ଗୀରରୁ ୧୯୧ ଜଣ, ବୌଦ୍ଧ ଜିଲ୍ଲାରୁ ୨୪, କଟକରୁ ୮୪୪ ଜଣ, ଦେବଗଡ଼ରୁ ୨୩ ଜଣ, ଢେଙ୍କାନାଳରୁ ୬୯ ଜଣ, ଗଜପତିରୁ ୧୨୬, ଗଞ୍ଜାମରୁ ୫୫ ଜଣ, ଜଗତସିଂହପୁରରୁ ୧୩୨ ଜଣ, ଯାଜପୁରରୁ ୧୪୩ ଜଣ, ଝାରସୁଗୁଡ଼ାରୁ ୨୦୨ ଜଣ, କଳାହାଣ୍ଡିରୁ ୨୦୩ ଜଣ, କନ୍ଧମାଳରୁ ୨୬ ଜଣ, କେନ୍ଦ୍ରାପଡ଼ାରୁ ୭୪ ଜଣ, କେଉଁଝରରୁ ୧୧୪ ଜଣ, ଖୋର୍ଦ୍ଧାରୁ ୩୪୯୬ ଜଣ, ଓ କୋରାପୁଟରୁ ୧୮୬ ଜଣ, ଆକ୍ରାନ୍ତ ଚିହ୍ନଟ ଅଛନ୍ତି ।
ସେହିପରି ମାଲକାନଗିରିରୁ ୩୦ ଜଣ, ମୟୁରଭଞ୍ଜରୁ ୩୪୦ ଜଣ, ନବରଙ୍ଗପୁରରୁ ୧୨୫, ନୟାଗଡ଼ରୁ ୧୨୧ ଜଣ, ନୂଆପଡ଼ାରୁ ୪୫ ଜଣ, ପୁରୀରୁ ୨୬୯ ଜଣ, ରାୟଗଡ଼ାରୁ ୧୮୩ ଜଣ, ସମ୍ୱଲପୁରରୁ ୫୨୯ ଜଣ, ସୋନପୁରରୁ ୧୩୨, ସୁନ୍ଦରଗଡ଼ରୁ ୧୦୪୯ ଜଣ ଓ ଷ୍ଟେଟ ପୁଲରୁ ୭୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୧୧,୮୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୫୦,୧୭୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୩,୧୭୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସୂଚନାଯୋଗ୍ୟ, ଗତକାଲି ୧୦,୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ , ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। କେବଳ ଜାନୁଆରି ମାସର ୧୪ ଦିନରେ ୫୭୦୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031