Indus Valley Times

୨୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ପୁଲିସକୁ ଚକମା ଦେଇ ବ୍ୟବସାୟୀ ଫେରାର

 Breaking News

୨୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ପୁଲିସକୁ ଚକମା ଦେଇ ବ୍ୟବସାୟୀ ଫେରାର

January 23
17:39 2021

ଜଳେଶ୍ଵର,୨୩/୧: ବାଲେଶ୍ଵର ଜିଲାର ଜଳେଶ୍ଵର ରେ ୨୫୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରିଛି ପୁଲିସ । ବ୍ରାଉନ ସୁଗାର କାରବାର କରଉଥିବା ବ୍ୟବସାୟୀ ଶେଖ୍ କୁଟ୍ଟାକୁ ପୁଲିସ ଧରିଥିଲା, ମାତ୍ର କୁଟ୍ଟା କୌଣସି ପ୍ରକାର କୌଶଳ କ୍ରମେ ପୁଲିସ ହାତରୁ ଟମ୍ପଟ ମାରିଛି । ତେବେ ଶେଖ୍ କୁଟ୍ଟା ବ୍ରାଉନ ସୁଗାର କେଉଁ ଠାରୁ ଆଣୁଥିଲା ଏବଂ କେଉଁ ଠାରେ ବ୍ୟବସାୟ କରୁଥିଲା ତାହାର ତଦନ୍ତ କରୁଛି ପୁଲିସ ।

ଗତ କିଛି ଦିନ ହେବ ଲଗାତର ଭାବେ ଏଠାରେ ବ୍ରାଉନ୍ ସୁଗାର କାରବାର ବଢ଼ିବାରେ ଲାଗିଛି । ଜଳେଶ୍ଵର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ଥିବାରୁ ପ୍ରତ୍ୟେକ ଦିନ ବିଭିନ୍ନ ଉପାୟରେ ବାଂଙ୍ଗଲାଦେଶ ଏବଂ ପଶ୍ଚିମବଙ୍ଗରୁ ବ୍ରାଉନ ସୁଗାର ଏଠାକୁ ଆସିଥାଏ ଏବଂ ଏଠାରୁ ପୁଣି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଥାଏ।
ତେବେ ପୁଲିସ ଏହି ବ୍ରାଉନ ସୁଗାର କାରବାରକୁ ରୋକିବାରେ କହିଁକି ବିଫଳ ହେଉଛି ତାହାକୁ ନେଇ ପ୍ରଶ୍ନଉଠୁଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031