Indus Valley Times

୨ ବର୍ଷ ପରେ ଆସିଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା, ଫାର୍ମ ହାଉସ ବିକି ବି ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ

 Breaking News

୨ ବର୍ଷ ପରେ ଆସିଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା, ଫାର୍ମ ହାଉସ ବିକି ବି ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ

୨ ବର୍ଷ ପରେ ଆସିଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା, ଫାର୍ମ ହାଉସ ବିକି ବି ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ
September 23
11:35 2022

ଭୁବନେଶ୍ବର,୨୩/୯: ରାଜ୍ୟରେ ନିରଙ୍କୁଶ ଭାବେ ୫ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସଂପତ୍ତି ତାଲିକା ଘୋଷଣା କରିଛନ୍ତି। ସିଏମଓ ୱେବସାଇଟରେ ସମସ୍ତ ମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି।
ତାହା ଅନୁଯାୟୀ, ଆଜି ପର୍ଯ୍ୟନ୍ତ ତାଙ୍କ ପାଖରେ ଗାଡ଼ି ହିସାବରେ ଗୋଟିଏ ପୁରୁଣା (୧୯୮୦) ମଡେଲ୍ ଆମ୍ବାସାଡାର କାରଟିଏ ରହିଛି, ଯାହାର ମୂଲ୍ୟ ମାତ୍ର ୬ ହଜାର ୪୩୪ ଟଙ୍କା। ଗାଏମୋଟ ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୬୪ କୋଟି ଟଙ୍କା କୋଟି ୮୯ ହଜାର ୨୨୦ ଟଙ୍କା।
୨୦୨୧ ଡିସେମ୍ବର ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଜନପଥ ବ୍ୟାଙ୍କରେ ୭୨ ଲକ୍ଷ ୮ ହଜାର ୯୩ ଟଙ୍କା ରହିଛି।
ସେହିପରି ଭୁବନେଶ୍ୱର ଷ୍ଟେଟ୍ ବ୍ୟାଙ୍କରେ ୨୧ ଲକ୍ଷ ୭୧ ହଜାର ଟଙ୍କା, ହିଞ୍ଜିଳିକାଟୁ ଷ୍ଟେଟ୍ ବ୍ୟାଙ୍କରେ ୭ ହଜାର ୭୪ ଟଙ୍କା ଓ ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସରେ ଥିବା ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟରେ ୧୪ ହଜାର ୪୮୮ ଟଙ୍କା , ବରଗଡ଼ ଜିଲ୍ଲାର ପଦ୍ମପୁର ରହିଥିବା ଷ୍ଟେଟ୍ ବ୍ୟାଙ୍କରେ ୩୯,୦୨୮ ଟଙ୍କା ଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
ଉତ୍ତରାଧିକାର ସୂତ୍ରରେ ମାଲିକାନା ପାଇଥିବା ଶ୍ରୀ ପଟ୍ଟନାୟକଙ୍କର ଦିଲ୍ଲୀ ଓ ଭୁବନେଶ୍ବରରେ ଚାଷ ଜମି ଓ କୋଠା ରହିଛି। ନୂଆ ସମ୍ପତ୍ତି ତାଲିକା ଅନୁଯାୟୀ ଭୁବନେଶ୍ବର ନବୀନ ନିବାସରେ ଥିବା କୋଠା ଓ ଜମିରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ଅଂଶ ରହିଛି। ଯାହାର ଆନୁମାନିକ ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା। ଦିଲ୍ଲୀର ଏ.ପି.ଜେ ଅବଦୁଲ କଲାମ୍ ରୋଡ଼ରେ ଥିବା ଜମି ଓ କୋଠାରୁ ନବୀନଙ୍କ ଭାଗରେ ପଡ଼ୁଥିବା ୫୦% ଅଂଶର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031