୩୧ ଜାନୁଆରି ଇ-କେୱାଇସି ପାଇଁ ଶେଷ ତାରିଖ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, ୯/୧: ରାସନକାର୍ଡ ହିତାଧିକାରୀ ଆବେଦନକାରୀଙ୍କ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ଖବର ଆସିଛି । ରାସକାର୍ଡ ସହିତ ଇ-କେୱାଇସି ଶେଷ ହେବା ପରେ ହିତାଧିକାରୀଙ୍କୁ ନୂତନ ରାସନକାର୍ଡ ପ୍ରଦାନ କରାଯିବ ।
ଜାନୁୟାରୀ ୩୧ ତାରିଖ ସୁଦ୍ଧା ଇ-କେୱାଇସି କରିବା ଜରୁରୀ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ମନ୍ତ୍ରୀଙ୍କ ସୂଚନା ମୁତାବକ, ଇ-କେୱାଇସି ନେଇ ଗୁରୁବାର ଡେଡ୍ ଲାଇନ୍ ଦିଆଯାଇଛି । ଜାନୁୟାରୀ ୩୧ ତାରିଖ ସୁଦ୍ଧା ଇ-କେୱାଇସି ଶେଷ ହେବା ଜରୁରୀ । ଇ-କେୱାଇସି ନ କଲେ ହିତାଧିକାରୀ ରାସନକାର୍ଡ ପାଇବାରୁ ବଞ୍ଚିତ ହେବ ।
ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ନ କରନ୍ତି ତେବେ ସେ ହିତାଧିକାରୀ ମୃତ କିମ୍ବା ସେ ରାସନକାର୍ଡ ଚାହୁ ନାହାଁନ୍ତି ବୋଲି ଧରି ନିଆଯିବ ଏବଂ ନୂତନ କାର୍ଡ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ।
ଏ ପର୍ୟ୍ୟନ୍ତ ୪୯ ଲକ୍ଷ ହିତାଧିକାରୀ ଇ-କେୱାଇସି କରି ନାହାଁନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟ ବାହାରେ ଥିବା ହିତାଧିକାରୀଙ୍କ ଇ-କେୱାଇସି ଅଧିକାରୀମାନେ କରୁଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ।