Indus Valley Times

୩୪ବର୍ଷ ପୂର୍ବେ କରିଥିବା ଅପରାଧ ପାଇଁ ମିଳିଲା ଦଣ୍ଡ, ବର୍ଷେ ପାଇଁ ଜେଲ୍ ଯିବେ କଂଗ୍ରେସ ନେତା ସିଦ୍ଧୁ

 Breaking News

୩୪ବର୍ଷ ପୂର୍ବେ କରିଥିବା ଅପରାଧ ପାଇଁ ମିଳିଲା ଦଣ୍ଡ, ବର୍ଷେ ପାଇଁ ଜେଲ୍ ଯିବେ କଂଗ୍ରେସ ନେତା ସିଦ୍ଧୁ

୩୪ବର୍ଷ ପୂର୍ବେ କରିଥିବା ଅପରାଧ ପାଇଁ ମିଳିଲା ଦଣ୍ଡ, ବର୍ଷେ ପାଇଁ ଜେଲ୍ ଯିବେ କଂଗ୍ରେସ ନେତା ସିଦ୍ଧୁ
May 19
16:27 2022

ନୂଆଦିଲ୍ଲୀ, ୧୯/୫: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ବଡ ଝଟ୍କା। ବର୍ଷେ ପାଇଁ ଜେଲ୍ ଯିବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ।
୩୪ ବର୍ଷ ପୁରୁଣା ଏକ ପାର୍କିଂକୁ ନେଇ ଦାଦାଗିରି ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ।
୧୯୮୮ଡିସେମ୍ବର ୨୭। ଏହି ଦିନ ସନ୍ଧ୍ୟାରେ ସିଦ୍ଧୁ ନିଜ ବନ୍ଧୁ ରୂପିନ୍ଦର ସିଂହ ସିଦ୍ଧୁଙ୍କ ସହ ପଟିଆଲାର ଶେରାବାଲେ ଗେଟ୍ ମାର୍କେଟ ପହଞ୍ଚିଥିଲେ।
ଏହି ମାର୍କେଟ ତାଙ୍କ ଘରଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିଲା। ସେହି ସମୟରେ ସିଦ୍ଧୁ କ୍ରିକେଟର୍ ଥିଲେ। ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ମାତ୍ର ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।
ତେବେ ଏହି ମାର୍କେଟ୍ରେ କାର୍ ପାର୍କିଂକୁ ନେଇ ୬୫ ବର୍ଷୀୟ ଜଣେ ବୃଦ୍ଧଙ୍କ ସହ ସିଦ୍ଧୁଙ୍କ ବଚସା ହୋଇଥିଲା। ପରେ ହାତହାତି ଯାଏ କଥା ଯାଇଥିଲା।
ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ ସିଦ୍ଧୁ। ୬୫ ବର୍ଷର ବୃଦ୍ଧଙ୍କ ମୁଣ୍ଡକୁ ସିଦ୍ଧୁ ଆଘାତ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସଂପୃକ୍ତ ବୃଦ୍ଧଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।
ତେବେ ହୃଦଘାତ ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା କହିଥିଲେ ସିଦ୍ଧୁ। ଏପରିକି ହସ୍ପିଟାଲ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା।
ଏହାପରେ ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ଏହି ପିଟିସନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ରାୟ ଦେଇଛନ୍ତି। କିଛି ବର୍ଷ ପୂର୍ବରୁ ଏହି ମାମଲାରେ ସିଦ୍ଧୁଙ୍କୁ ଆଶ୍ୱସ୍ଥିି ମିଳିଥିଲା।
ଆଇପିସି ଧାରା ୩୨୩ ଅନୁଯାୟୀ ସିଦ୍ଧୁଙ୍କ ବିରୋଧରେ ୩୪ ବର୍ଷ ତଳେ ମାମଲା ରୁଜୁ ହୋଇଥିଲା। ୧୯୯୯ରେ ସେସନ୍ କୋର୍ଟ ଏହି କେସ୍କୁ ଖାରଜ କରିଦେଇଥିଲେ। ୨୦୦୨ରେ ପଞ୍ଜାବ ସରକାର ସିଦ୍ଧୁଙ୍କ ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ।
ଡିସେମ୍ବର ୨୦୦୬ରେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଥିଲା। ହାଇକୋର୍ଟ ସିଦ୍ଧୁ ଏବଂ ତାଙ୍କ ବନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ଉଭୟଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ୨୦୦୬ରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସିଦ୍ଧୁ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇ ଦେଇଥିଲେ। ୨୦୧୮ ମେ’ ୧୫ରେ ଧାରା ୩୨୩ ଅନୁଯାୟୀ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସିଦ୍ଧୁ। ଏଥିରେ ସିଦ୍ଧୁଙ୍କୁ ଜରିମାନା ଦେବା ପରେ ମୁକ୍ତ କରାଯାଇଥିଲା। ପରେ ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି ପାଇଁ ପ୍ରସ୍ତୁତ ହୋଇଥିଲେ ସୁପ୍ରିମକୋର୍ଟ।
ଏହାପରେ ୨୦୨୨ ମାର୍ଚ୍ଚ ୨୫ ତାରିଖରେ ରିଭ୍ୟୁ ପିଟିସନ ଉପରେ ଦେଇଥିବା ରାୟକୁ ସୁରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ। ଏହି ମାମଲାରେ ଏବେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପଞ୍ଜାବ ପୁଲିସ ସିଦ୍ଧୁଙ୍କୁ ହେପାଜତକୁ ନେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031