Legatus

୩୫ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୪ଦିନ ପାଇଁ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି

 Breaking News

୩୫ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୪ଦିନ ପାଇଁ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି

March 31
10:08 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩୧/୩: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା\’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୫ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ।
ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଁଚି ଯାଇଛି । ଏଣୁ ସମଗ୍ର ବାଲିଗୁଡା ଅଞ୍ଚଳ ବାସୀଙ୍କୁ ସମିତି ତରଫରୁ ବିନମ୍ର ଅନୁରୋଧ ଯେ, ଏପ୍ରିଲ ୦୧ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ସହରରେ ଅଣ୍ଡା, ମାଛ, ମାଂସ, ଶୁଖୁଆ ପ୍ରଭୃତି ଆମିଷ ଦ୍ରବ୍ୟ ଅନୁଷ୍ଠାନ ରେ ବିକ୍ରି ଓ ସେବନ ବନ୍ଦ କରି ସହଯୋଗ କରିବା ସହିତ ମା\’ କାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।
କ୍ଷ ତେର ଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାରେ ୭ ତାରିଖ ରବିବାର ସକାଳ ୮ ଘଣ୍ଟା ସମୟରେ ମା\’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳଙ୍କୁ ବରଣ କରାଯିବ କ୍ଷ ଦିବା ଘ.୧୧.୩୦ମି ସମୟରେ ଟାଉନର ମୁଖ୍ୟ ରାସ୍ତା ରେ ଧୂଳିଦଣ୍ଡ , ଅପରାହ୍ନ ଘ.୪.୩୦ମି. ରେ ଆଦର୍ଶ ପୁଷ୍କରିଣୀ ରେ ପାଣିଦଣ୍ଡ ,ସନ୍ଧ୍ୟା ୦୫ ଘଟିକାରେ ସବୁଠାରୁ ବିଶେଷ ଆକର୍ଷଣ ବଜାର ଛକରେ ତେର ଦଣ୍ଡର ଏକ ମହା ମିଳନ ଆୟୋଜନ କରାଯିବ କ୍ଷ ରାତ୍ର ୮ଘଣ୍ଟ ରୁ ୧୨ଘଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏବଂ ରାତ୍ର ୧୧ ଘଟିକାରେ ଝୁଣା ଦଣ୍ଡ ପଟୁଆର ସହ ୮ ତାରିଖ ସୋମବାର ଦିନ ସକାଳ ୮ ଘଟିକାରେ ଯାତ୍ରା ସମାପନ ହେବ,ଏଣୁ ସମସ୍ତ ଅଞ୍ଚଳ ବାସୀ ଏହି କାର‌୍ୟ୍ୟକ୍ରମରେ ବହୁ ସଂଖ୍ୟା ରେ ଯୋଗ ଦେବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930