Legatus

୩୫ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଲା

 Breaking News

୩୫ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଲା

୩୫ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଲା
April 03
20:27 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଚଳିତ ମାସ ୦୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ମା\’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି ।
ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୫ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ।
ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଁଚି ଯାଇଛି କ୍ଷ ଏଥିରେ ବାଲିଗୁଡ଼ା, ମେଲସିକିଆ , ମୋହନଗିରୀ, କତେରୀଭଟ୍ଟା, ରେବିଙ୍ଗିଆ, ରୁତୁଙ୍ଗିଆ, ଗୁଡ୍ରିଗାଁ, ଦଣ୍ଡପଦର, ପୋଖରୀବନ୍ଧ, ବାଟାଗୁଡା, ବାରଖମା, ସିଟୁପଡ଼ି ଓ ପ୍ରଥମ ଥର ପାଇଁ ଜିଲ୍ଲା ବାହାରୁ ଅର୍ଥାତ ରାୟଗଡା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳର ଦଣ୍ଡ ନାଚ ଯୋଗ ଦେଉଛନ୍ତି ।
ଏଣୁ ଏଭଳି ଏକ ଧାର୍ମିକ କାର୍ଯ୍ୟରେ ଉପସ୍ଥିତ ରହି ମା\’ କାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।
ତେର ଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାରେ ୭ ତାରିଖ ରବିବାର ସକାଳ ୮ ଘଣ୍ଟା ସମୟରେ ମା\’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳଙ୍କୁ ବରଣ କରାଯିବ ।
ଦିବା ଘ.୧୧.୩୦ମି ସମୟରେ ଟାଉନର ମୁଖ୍ୟ ରାସ୍ତାରେ ଧୂଳିଦଣ୍ଡ , ଅପରାହ୍ନ ଘ.୪.୩୦ମି. ରେ ଆଦର୍ଶ ପୁଷ୍କରିଣୀ ରେ ପାଣିଦଣ୍ଡ ,ସନ୍ଧ୍ୟା ୦୫ ଘଟିକାରେ ସବୁଠାରୁ ବିଶେଷ ଆକର୍ଷଣ ବଜାର ଛକରେ ତେର ଦଣ୍ଡର ଏକ ମହା ମିଳନ ଆୟୋଜନ କରାଯିବ ।
ରାତ୍ର ୮ଘଣ୍ଟ ରୁ ୧୨ଘଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏବଂ ରାତ୍ର ୧୧ ଘଟିକାରେ ଝୁଣା ଦଣ୍ଡ ପଟୁଆର ସହ ୮ ତାରିଖ ସୋମବାର ଦିନ ସକାଳ ୮ ଘଟିକାରେ ଯାତ୍ରା ସମାପନ ହେବ,ଏଣୁ ସମସ୍ତ ଅଞ୍ଚଳ ବାସୀ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।
ଉକ୍ତ ଦିନ ସମସ୍ତ ପ୍ରକାର ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବାଲିଗୁଡା ପୋଲିସ, ସମସ୍ତ ପ୍ରଶାସନିକ ଅଧିକାରୀ , ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାରୀ ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ବିଭିନ୍ନ ଅନୁଷ୍ଠାନ ସହଯୋଗ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।
ବାଲିଗୁଡାରେ ୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ; ଢୋଲ ମହୁରୀରେ କମ୍ପୁଛି ଗାଆଁ ଦାଣ୍ଡ
ବାଲିଗୁଡା,୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହିତ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା ଓ ଗାଆଁ ଦାଣ୍ଡରେ ଢୋଲ,ମହୁରୀ ସହିତ ଭଜ କଳା ରୁଦ୍ରମଣିଙ୍କୁ ଭଜ ହେ ଶବ୍ଦରେ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ଝୁଣାପଣା ମହକରେ ମହକି ଉଠିଛି ପରିବେଶ ଓ ମଧ୍ୟ ରାତ୍ରିରେ ଝୁଣାଦଣ୍ଡ ରେ ଝୁମି ଉଠୁଛନ୍ତି ଦର୍ଶକ ଓ ବାଲିଗୁଡା ସମେତ ଆଖପାଖର କିଛି ଗ୍ରାମରେ ସୋମବାର ରାତ୍ରରୁ ଆରମ୍ଭ ହୋଇଥିବା ବେଳେ ଆଉ କିଛି ଗ୍ରାମରେ ମଙ୍ଗଳବାର ରାତ୍ର ରୁ ଦଣ୍ଡଯାତ୍ରା ଆରମ୍ଭ ହୋଇଛି ।
ବିଧି ମୁତାବକ ଗ୍ରାମ ଗୁଡିକରେ ମନ୍ଦିର ସକାଳୁ ସକାଳୁ ମନ୍ଦିରରୁ ଠାକୁରଙ୍କୁ ଆବାହନ କରାଯାଇ ଥିବା ପୋଖରୀ ତୁଠରେ ଦଣ୍ଡ ମଧ୍ୟରେ ଠାକୁରଙ୍କୁ ଉଭା କରାଯାଇ ଭୂକ୍ତାମାନେ ନଗର ଭ୍ରମଣ କରିଥିଲେ ଓ ସନ୍ଧ୍ୟା ସମୟରେ ଆଳତି ଅନୁଷ୍ଠିତ ହେବା ସହିତ ମଧ୍ୟ ରାତ୍ରିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା କ୍ଷ ଧୂଳିଦଣ୍ଡ ଏବଂ ପାଣିଦଣ୍ଡ ଅନୁଷ୍ଠିତ ହୋଇଥିଲା । ବାଲିଗୁଡା ପୋଲିସ୍ ଯାତ୍ରା ସମୟରେ ହେଉଥିବା ବିଭିନ୍ନ ବିଶୃଙ୍ଖଳା ଉପରେ କଡ଼ା ନଜର ରଖାଯାଇଥିବା ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31