Indus Valley Times

୩୭ତମ ଜନ୍ମ ଦିନ ପାଳନ କଲେ ଅଙ୍କିତା ଲୋଖଣ୍ଡେ, ସ୍ୱାମୀ ଭିକି ଜୈନ୍ ସେୟାର କଲେ ରୋମାଣ୍ଟିକ୍ ପୋଷ୍ଟ

 Breaking News

୩୭ତମ ଜନ୍ମ ଦିନ ପାଳନ କଲେ ଅଙ୍କିତା ଲୋଖଣ୍ଡେ, ସ୍ୱାମୀ ଭିକି ଜୈନ୍ ସେୟାର କଲେ ରୋମାଣ୍ଟିକ୍ ପୋଷ୍ଟ

December 19
16:48 2021

ନୂଆଦିଲ୍ଲୀ ୧୯/୧୨ : ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଙ୍କିତା ଲୋଖଣ୍ଡେ ଓ ଭିକି ଜୈନ। ବର୍ତ୍ତମାନ ଦୁହେଁ ତାଙ୍କର ନୂଆ ଦାମ୍ପତ୍ୟ ଜୀବନର ଆରମ୍ଭ କରିଛନ୍ତି ।ଦୁହେଁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ।
ହେଲେ ବିବାହ ପରେ ପ୍ରଥମ ଜନ୍ମ ଦିନ ସେ ତାଙ୍କ ସ୍ବାମୀ ଶାଶୁ ଘରେ ପାଳିବେ । ତାଙ୍କର ଜନ୍ମ ଦିନ ଅବସରରେ ତାଙ୍କ ବହୁତ ସୁନ୍ଦର ଉପହାର ମିଳିଛି । ଜନ୍ମ ଦିନକୁ ବିଶେଷ ତଥା ଢଙ୍ଗରେ ପାଳନ କରିଛନ୍ତି । ଏଥିପାଇଁ ତାଙ୍କ ସ୍ୱାମୀ ଭିକି ଜୈନ ମଧ୍ୟ ବିଳମ୍ବିତ ରାତିରେ ତାଙ୍କ ପାଇଁ ଏକ ସର୍ପ୍ରାଇଜ୍ ପ୍ଲାନ କରିଥିଲେ।
ଏହା ବ୍ୟତୀତ ଭିକି ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଙ୍କିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସୁନ୍ଦର ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି – ‘ଜନ୍ମଦିନର ଶୁଭେଚ୍ଛା ଶ୍ରୀମତୀ ଜୈନ ।
ଭିକି ଅଙ୍କିତାଙ୍କ ଜନ୍ମ ଦିନକୁ ସୁନ୍ଦର ସ୍ବତନ୍ତ୍ର କରିବା ପାଇଁ ଅଙ୍କିତାଙ୍କ ପରିବାର ଏବଂ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିଥିଲେ । ବିଳମ୍ବିତ ରାତିରେ ସମସ୍ତେ ଏକାଠି ପାଳନ କରିଥିଲେ । ଯାହା ଦେଖିବା ପରେ ଅଙ୍କିତା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାଙ୍କ ପାଇଁ ବିବାହ ଠାରୁ ଆରମ୍ଭ କରି ଏହି ଜନ୍ମ ଦିନ ଆହୁରି ଖାସ୍ ହୋଇଛି ।
ତେବେ ଅଙ୍କିତା ଏହାର ଫଟୋ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜନ୍ମଦିନ ପାର୍ଟିର କିଛି ଫଟୋ ଭିଡିଓ ସେୟାର କରିଛନ୍ତି। ବର୍ତ୍ତମାନ ଅଙ୍କିତାଙ୍କ ଜନ୍ମଦିନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031